www.samajalive.in
Saturday, December 13, 2025
26.1 C
Bhubaneswar

୯୬.୭୭ଲକ୍ଷ ଟପିଲା ଟିକାକରଣ, ଯୁବବର୍ଗଙ୍କୁ ଦିଆଗଲାଣି ୧୫ଲକ୍ଷ ଟିକା

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଦ୍ରୁତଗତିରେ ଚାଲିଛି। ଶନିବାର ରାଜ୍ୟର ୯୯୯ଟି ଟିକାକରଣ କେନ୍ଦ୍ରରେ ୧ଲକ୍ଷ ୬୦ହଜାର ୯୨୩ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଟିକାକରଣ ସଂଖ୍ୟା ୯୬ଲକ୍ଷ ୭୭ହଜାର ୫୯୨ରେ ପହଞ୍ଚିଛି। ଆଜି ରବିବାର ଥିବା ସତ୍ତ୍ବେ ବୌଦ୍ଧ, ଗଞ୍ଜାମ, ପୁରୀ, ରାୟଗଡା ଓ ସୁବର୍ଣ୍ଣପୁର ଜିଲାରେ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଇତିମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ସର୍ବାଧିକ ୫୭ଲକ୍ଷ ୮୫ହଜାର ୫୨୮ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୧୨ଲକ୍ଷ ୮୨ହଜାର ୨୮୨ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି।

ଏହାବାଦ୍‍ ୩ଲକ୍ଷ ୩୨ହଜାର ୮୪୩ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୨ଲକ୍ଷ ୮୦ହଜାର ୮୧୨ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ସେହିପରି ୩ଲକ୍ଷ ୭ହଜାର ୧୮୬ଜଣ କରୋନା ଯୋଦ୍ଧା ପ୍ରଥମ ପାନ ଟିକା ନେଇଥିବା ବେଳେ ୧ଲକ୍ଷ ୮୦ହଜାର ୩୬୪ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ଏବେ ସୁଦ୍ଧା ୧୩ଲକ୍ଷ ୯୮ହଜାର ୭୪୨ ଯୁବବର୍ଗଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୧ଲକ୍ଷ ୯ହଜାର ୮୩୫ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories