www.samajalive.in
Sunday, December 14, 2025
26.1 C
Bhubaneswar

ବାହାର ରାଜ୍ୟକୁ ଚାଲାଣ ବେଳେ ୨୪ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଲି ଗ୍ରାମରୁ ତ୍ରିପୁର ଚାଲାଣ ବେଳେ ବସରୁ ୨୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଦାଦନ ଶ୍ରମିକ ମଧ୍ୟରେ ୨ ଜଣ ନାବାଳିକା ଓ ୩ ଜଣ ନାବାଳକ ସହ ୨୪ ଦାଦନ ଶ୍ରମିକ ରହିଛନ୍ତି । ବିଶେଷ ସୂତ୍ରରୁ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଖବର ପାଇ ଚାନ୍ଦଲି ଗ୍ରାମରେ ରହିଥିବା ଏକ ବସକୁ ଚଢ଼ାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ ।

ସୂଚନା ଅନୁଯାୟୀ, ତାମିଲନାଡୁର ଏକ ଘରୋଇ ବସ (ଟିଏନ ୩୬ ଆର ୨୨୮୮) ପଣ୍ଡିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଙ୍କସର୍ଗି ଓ ଚାନ୍ଦଲି ଗ୍ରାମରୁ ୨୪ ଜଣ ଦାଦନ ଶ୍ରମିକ ତାମିଲନାଡୁ ରାଜ୍ୟ ତ୍ରିପୁରକୁ ଚାଲାଣ ହେଉଥିବା ବେଳେ ପୋଲିସ ଉଦ୍ଧାର କରିଛି । ଏସଡିପିଓ ଏନେଇ ଶ୍ରମ ବିଭାଗ ଜଣାଇବା ପରେ ଅତିରିକ୍ତ ଶ୍ରମ ଅଧିକାରୀ ଗୋପାଳ କୃଷ୍ଣ ମଙ୍ଗରାଜ ପହଞ୍ଚି ଯାଞ୍ଚ କରି ଥାନାରେ ଏତଲା ଦେଇଥିଲେ । ଏତଲା ଦେବା ପରେ ପୋଲିସ କେଶ କରି କେଶନ ୯୨/୨୧ ମାମଲା ରୁଜୁ କରି ଆପିସି ୩୭୪,୪୧୭ ଅନୁଯାୟୀ ତାମିଲନାଡୁ ରାଜ୍ୟର ବସ ଡ୍ରାଇଭର ଏମ.ମୂର୍ଗେଶ (୪୫) ଓ ହେଲ୍ପରକୁ କମଳ କାନନ(୩୫) ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories