www.samajalive.in
Sunday, December 14, 2025
14.1 C
Bhubaneswar

ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହେଲା ବିଶ୍ୱନାଥ ଓ ପାର୍ବତୀଙ୍କ ବିବାହ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁରଠାରେ ଶ୍ରୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱନାଥ ଓ ପାର୍ବତୀଙ୍କ ଦ୍ୱାଦଶତମ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୁଆଖାଇ ନଦୀରୁ କଳସ ପାତ୍ରରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା। କୋଭିଡ କଟକଣାକୁ ମାନ୍ୟତା ଦେଇ ମୁହଁରେ ମାସ୍କ ପିନ୍ଧି ମୋଟ ୭ଜଣ ଉପସ୍ଥିତ ରହି ଦେବ ଦମ୍ପତ୍ତିଙ୍କୁ ଆବାହନ କରିଥିଲେ। ପ୍ରଭୁ ବିଶ୍ୱନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନବ୍ୟାପୀ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦିବା ୫ ଘଟିକାରେ ଦେବ ଦମ୍ପତ୍ତିଙ୍କର ହସ୍ତଗଣ୍ଠି ଏବଂ ହରିହରଙ୍କ ସମେତ ସର୍ବ ଦେବାଦେବୀଙ୍କର ଭେଟ ଓ ଖଇ କଉଡ଼ି ଖେଳ ହୋଇଥିଲା। ଏହି ଉତ୍ସବରେ ପୂଜକ ଶାରଦା ପ୍ରସନ୍ନ ପଣ୍ଡା ଓ ସରୋଜ କୁମାର ପାଢୀ ପୂଜାର୍ଚ୍ଚନା କରିଥିଲେ। ବରପିତା ଭାବେ ମ୍ୟାନେଜିଙ୍ଗ ଟ୍ରଷ୍ଟି ବିଶ୍ୱନାଥ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ରେବତୀ ଏବଂ କନ୍ୟାପିତା ଭାବେ ରବୀନ୍ଦ୍ର କୁମାର ଜେନା ଓ ପତ୍ନୀ ରଶ୍ମିତା ଜେନା ନିଜ ନିଜର ନିଜର ଭୂମିକା ନିର୍ବାହ କରିଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଅନିତା, କଳ୍ପନା ପ୍ରମୁଖ ଦେବ ଦମ୍ପତ୍ତିକୁ ବନ୍ଦାପନା କରିଥିଲେ। ଜୁନ୍ ୧୬ ତାରିଖ ଅର୍ଥାତ୍ ଶେଷ ରଜଦିନ ଶୀତଳଷଷ୍ଠୀ ଅବସରରେ ରୁଦ୍ରାଭିଷେକ, ୧୦୮ ବେଲପତ୍ର ପ୍ରଦାନ ପୂର୍ବକ ଅପରାହ୍ନ ୫ ଘଟିକାରେ ୫ଜଣ ମୁଖା ପିନ୍ଧି ସାମାଜିକ ଦୂରତା ରକ୍ଷା କରି ହାତଘଣ୍ଟି ଓ ଶଙ୍ଖ ବାଦନ କରି ନଗର ପରିକ୍ରମା କରିଥିଲେ। ଏହ ବିବାହ ଉତ୍ସବ ନରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଥିଲା।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories