www.samajalive.in
Saturday, December 13, 2025
26.1 C
Bhubaneswar

ଜଳଖିଆ ନଖାଇଲେ ଭୋକ ଲାଗିବା ସହ ଆସିଥାଏ କ୍ରୋଧ

ସକାଳୁ ଜଳଖିଆ ନ ଖାଇବା ଦ୍ୱାରା ଶରୀର ଉପରେ ବହୁ ଖରାପ ପ୍ରଭାବ ପଡ଼ିବା ସହ ବିଭିନ୍ନ ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ। ତେବେ ଆସନ୍ତୁ ଜାଣିବା ପ୍ରାତଃଭୋଜନ ନକରିବା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ –
ଭୋକ ଲାଗିବା ସହ କ୍ରୋଧ ଆସିଥାଏ :
ଅଧିକ ସମୟ ପର୍ୟ୍ୟନ୍ତ ଭୋକିଲା ରହିବା ଦ୍ୱାରା ବହୁତ ଲୋକଙ୍କୁ କ୍ରୋଧ ଆସିଥାଏ। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରତ୍ୟେକଦିନ ସକାଳ ଜଳଖିଆ କରୁଥିବା ବ୍ୟକ୍ତିଙ୍କର ମାନସିକ ସନ୍ତୁଳନ ସକାଳ ଜଳଖିଆ କରୁ ନଥିବା ବ୍ୟକ୍ତିଙ୍କ ଠାରୁ ଭଲ ରହିଥାଏ। ଏହାଛଡ଼ା ପ୍ରାତଃଜୋଜନ ନକରିବା ଦ୍ୱାରା ଶରୀରରେ ରକ୍ତ ଶର୍କରାର ସ୍ତର କମିଯାଇଥାଏ, ଯଦ୍ୱାରା ମୁଣ୍ଡ ବୁଲାଇବା ଓ ମୁଣ୍ଡବ୍ୟଥା ଭଳି ସମସ୍ୟା ଦେଖା ଦେଇଥାଏ।
ପାଟିରୁ ଦୁର୍ଗନ୍ଧ ବାହାରିବା :
ସକାଳ ଜଳଖିଆ ନକରିବା ଦ୍ୱାରା ପାଟିରେ ଲାଳ କମ୍‍ ମାତ୍ରାରେ ତିଆରି ହୋଇଥାଏ। ଏହାଦ୍ୱାରା ଜିଭରେ ଥିବା ଜୀବାଣୁ ଦୂର ହୋଇ ପାରିନଥାଆନ୍ତି, ତେଣୁ ପାଟିରୁ ଦୁର୍ଗନ୍ଧ ବାହାରିଥାଏ।
ମଧୁମେହ :
ସକାଳ ଜଳଖିଆ ନକରିବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେଉଁମାନେ ପ୍ରାତଃଭୋଜନ କରନ୍ତି ନାହିଁ ସେମାନଙ୍କୁ ଟାଇପ୍‍-୨ ମଧୁମେହ ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକ ରହିଛି।
ଓଜନ ବୃଦ୍ଧି :
ବହୁ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକଦିନ ପ୍ରାତଃଭୋଜନ କରିବା ଦ୍ୱାରା ଶରୀରର ଓଜନ ସଠିକ୍‍ ଭାବେ ବଜାୟ ରହିଥାଏ। ଏହାଛଡ଼ା ଅନ୍ୟ ଏକ ତଥ୍ୟ ସାମ୍ନାକୁ ଆସିଛି ଯେ ଯେଉଁମାନେ ସକାଳ ଜଳଖିଆ କରି ନ ଥାଆନ୍ତି ସେମାନେ ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ ଅଧିକ ଖାଦ୍ୟ ଖାଇଥାଆନ୍ତି।
ବିପାକ କ୍ରିୟା(ମେଟାବୋଲିଜିମ୍‍) ଉପରେ ପ୍ରଭାବ :
ପ୍ରାତଃଭୋଜନ ନକରିବା ଦ୍ୱାରା ଶରୀରର ବିପାକ କ୍ରିୟାରେ ଉପରେ ପ୍ରଭାବ ପକାଇଥାଏ। କେବଳ ପ୍ରାତଃଭୋଜନ ନୁହେଁ ପ୍ରତ୍ୟେକ ସମୟର ଭୋଜନ ସଠିକ୍‍ ଭାବେ କରିବା ଆବଶ୍ୟକ। ଅଧିକ ସମୟ ଖାଲିପେଟରେ ରହିବା ଦ୍ୱାରା ଶରୀରର ଶକ୍ତି ଉତ୍ପନ୍ନ କ୍ଷମତା ପ୍ରଭାବିତ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories