www.samajalive.in
Saturday, December 6, 2025
19.1 C
Bhubaneswar

ଉଠାଦୋକାନୀଙ୍କୁ ସରକାରୀ ସହାୟତା ରାଶି ପ୍ରଦାନ

ରେଙ୍ଗାଲିକ୍ୟାମ୍ପ : କରୋନା କଟକଣା ଜନିତ ତାଲାବନ୍ଦ କ୍ଷୁଦ୍ର ତଥା ଉଠାଦୋକାନୀ ମାନଙ୍କ ଆର୍ଥିକ ଅବସ୍ଥାକୁ ବହୁ ପରିମାଣରେ ପ୍ରଭାବିତ କରିଛି। ଏହି ସ୍ୱଳ୍ପ ପୁଞ୍ଜି ବିଶିଷ୍ଟ ଦୋକାନୀମାନେ ପ୍ରତିଦିନ ଯାହା କିଛି ଆୟ କରନ୍ତି ସେଥିରେ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ତାଙ୍କ ପାଖରେ ଅର୍ଥ ଉପାର୍ଜନର ଅନ୍ୟ କିଛି ବିକଳ୍ପ  ଉପାୟ ନାହିଁ। ତାଲାବନ୍ଦ ଯୋଗୁ ତାଙ୍କର ଦୈନନ୍ଦିନ ଆୟର ପନ୍ଥା ଏବେ ବନ୍ଦ ହୋଇ ଯାଇଛି। ଏମିତି ପରିସ୍ଥିତିରେ ତାଙ୍କର ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ତାଙ୍କର ଏହି ସମସ୍ୟାକୁ ହୃଦୟଙ୍ଗମ କରି ସରକାର ତାଙ୍କୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଯୋଜନା କରି  ପ୍ରତ୍ୟେକ ଉଠା ଦୋକାନୀମାନଙ୍କୁ  ତିନି ହଜାର ଟଙ୍କା ଲେଖାଏଁ ଦିଆଯାଉଛି ।
ଅତାବିରା ଏନ୍ ଏ ସି ସର୍ଭେ ଅନୁଯାୟୀ ୨୨୫ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିଲା । ଜଣକ ପ୍ରତି ୩୦୦୦ ଟଙ୍କା ହିସାବରେ ୬ଲକ୍ଷ ,୭୫ହଜାର ଟଙ୍କା ଆସିଛି। ତନ୍ମଧ୍ୟରୁ ୩୦ଜଣ ଲୋକଙ୍କୁ ଆଜି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନିଜ କରକମଳରେ ସହାୟତା ରାଶି  ସହ ପରିଚୟ ପତ୍ର,ମାନ ପତ୍ର ଓ ମାକ୍ସ ପ୍ରଦାନ କରିଛନ୍ତି। ଅବଶିଷ୍ଟ ହିତାଧିକାରୀ ମାନଙ୍କୁ ୭/୮ଦିନ ଭିତରେ ଦିଆଯିବ ଯାହା ସିଧା ସଳଖ ତାଙ୍କ ଆକାଉଣ୍ଟରେ ଜମା ହେବ ବୋଲି ବିଧାୟିକା କହିଛନ୍ତି।
ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗର ସଭାପତିତ୍ବ କରିଥିବା ବେଳେ ବିଧାୟିକା ଶ୍ରୀମତୀ  ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କର୍ମଚାରୀ ଦୁର୍ଯ୍ୟୋଧନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋର୍ଯ୍ୟରଂଜନ୍ ମିଶ୍ର  ମଞ୍ଚଷିନ ଅତିଥି ରୂପେ ଯୋଗ ଦେଇଥିଲେ। ରଘୁ ବାରିକ୍, ଟଙ୍କ ଦାଶ,ଏନ୍ ଏ ସି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ବନମାଳୀ ବରିହା,ମନୋଜ ପ୍ରଧାନ, ଯ୍ୟୋତିରମୟୀ ଗଡତଆ ତଥା ସମସ୍ତ ଏନ୍ ଏ ସି କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories