www.samajalive.in
Sunday, December 14, 2025
15.1 C
Bhubaneswar

ଲୋକଙ୍କ ପାଖରେ ସହଜ ଉପଲବ୍ଧ ହେବ ରାଜସ୍ୱ ସେବା

ଲାଞ୍ଜିଗଡ଼ : ସରକାର ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ଉପଲବ୍ଧ କରାଇବା ସହିତ ତୃଣମୂଳ ସ୍ତରରେ ସରକାରୀ ଯୋଜନା ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ତହସିଲ ପକ୍ଷରୁ ଗାଁ ଗାଁରେ ରାଜସ୍ୱ ସେବା ପହଞ୍ଚାଇବା ପାଇଁ ବେଶ୍ କିଛି ପଦକ୍ଷେପ ନିଆଯାଉ ଥିବାବେଳେ ଗତ କିଛିଦିନ ତଳେ ତହସିଲର ବିଭିନ୍ନ ଦୁର୍ଗମ ଗାଁରେ ଲୋକଙ୍କ ଦୁଆର ମୁହଁରେ ରାଜସ୍ୱ ସେବା ପହଞ୍ଚାଇବା ଲକ୍ଷ୍ୟରେ ଲାଞ୍ଜିଗଡ ତହସିଲ ପକ୍ଷରୁ ରାଜସ୍ୱ ରଥ ଆରମ୍ଭ କରାଯାଇଥିଲା। ଗ୍ରାମାଞ୍ଚଳର ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଏହା ଲୋକପ୍ରିୟ ହୋଇଥିଲା।
ତେବେ ଲାଞ୍ଜିଗଡ଼ ତହସିଲର ଏହିସବୁ ଲୋକପ୍ରିୟ କାର୍ଯ୍ୟକ୍ରମ ମଧ୍ୟରେ ଆଜି ଆଉ ନୂଆ ଫର୍ଦ୍ଦ ଯୋଡି ହୋଇଥିବାବେଳେ ଗୋଟିଏ ଦିନରେ ଦୁଇଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍ଘାଟନ ପରେ ଲାଞ୍ଜିଗଡ ତହସିଲ ପୁଣି ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି। ଆଜି ବ୍ଲକର ଭଟାଙ୍ଗପଦରଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ଦ୍ୱାରା ନୂତନ ଭାବେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ସେହିପରି ମୁଷାନାଳଠାରେ ନୂତନ ଭାବେ ସ୍ଥାପିତ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ ଲାଞ୍ଜିଗଡ ବିଧାୟକ ଶ୍ରୀ ଦିଶାରୀ।
ବ୍ଲକର ଘାଟି ଅଞ୍ଚଳରେ ଦୁଇଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିବାବେଳେ ଲାଞ୍ଜିଗଡ ବିଧାୟକ ଶ୍ରୀ ଦିଶାରୀଙ୍କ ଉଦ୍ୟମ କ୍ରମେ ବ୍ଲକର ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଏହା ସ୍ଥାପନ ଦିଗରେ ପଥ ପରିଷ୍କାର ହୋଇଥିଲା। ଆଜି ଦୁଇଟି ପଞ୍ଚାୟତ ତଥା ଆଖପାଖ ଅଞ୍ଚଳର ଷାଠିଏ ଖଣ୍ଡ ଗାଁର ଲୋକେ ଏଥିଯୋଗୁଁ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏହି ଅବସରରେ ଆଜି ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବିଧାୟକଙ୍କ ପ୍ରତିନିଧି ଋତୁରାଜ ମାଝୀ, ପ୍ରଦୀପ କୁମାର ଘଡେଇ, ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ବିଜେଡି ନେତା ଚିତ୍ତରଞ୍ଜନ ମଣ୍ଡଳ, ଲବଣୀ ମହାନନ୍ଦ, କ୍ଷୀରାବ୍ଧୀ ସାହୁ, ସମାଜସେବୀ ବିଶ୍ୱନାଥ ଘଡେଇ, ଭଟାଙ୍ଗପଦର ସରପଞ୍ଚ ବାସୁ ମାଝୀ, ନିର୍ବାହୀ ଅଧିକାରୀ ସରୋଜ କୁମାର ମହାରଣା, ଲାଞ୍ଜି ସରପଞ୍ଚ ବିଷ୍ଣୁଚରଣ ଭୋଇ, ନିର୍ବାହୀ ଅଧିକାରୀ ଅଲେଖ ସା, ରାଜସ୍ୱ ପରିଦର୍ଶକ ଅରୁଣ କୁମାର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆର୍ଆଇ ସତ୍ୟ ନାରାୟଣ ପଟ୍ଟନାୟକ, ଏଆର୍ଆଇ ଶୁଭଚିନ୍ତକ ନାଏକ, ଦୁର୍ଗାଚରଣ ମାଝୀ, ବିକାଶ ଚନ୍ଦ୍ର ନାଏକ, ଗୌରହରି ମହଲା ପ୍ରମୁଖ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories