www.samajalive.in
Sunday, December 14, 2025
26.1 C
Bhubaneswar

ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣା: ୯ ଗିରଫ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ନୂଆଗୁଡା ଗ୍ରାମର ଶିକ୍ଷକ ଭକ୍ତରାମ ଗୌନ୍ତିଆଙ୍କ ଘରେ ଗତ ୧୦ତାରିଖ ରାତିରେ ସଶସ୍ତ୍ର ଡକାୟତି କରାଯାଇ ୫ଲକ୍ଷ ୮୫ହଜାର ଟଙ୍କା ଏବଂ ୫ଭରି ସୁନା ଗହଣା ଲୁଟି ନେବା ସହ ଜଣକୁ ମରଣାନ୍ତ ଆକ୍ରମଣ କରିବା ଘଟଣାରେ ପୋଲିସ ୯ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ୧୦ ତାରିଖ ରାତି ପ୍ରାୟ ୧୨ଟା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତ ନୂଆଗୁଡା ଗ୍ରାମର ଶିକ୍ଷକ ଭକ୍ତରାମ ଗୌନ୍ତିଆଙ୍କ ଘରେ ସଶସ୍ତ୍ର ଡକାୟତି କରି ୫ଲକ୍ଷ ୮୫ହଜାର ଟଙ୍କା ଏବଂ ୫ ଭରି ସୁନା ଗହଣା ଲୁଟି ନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଜୟପାଟଣା ଥାନା ଅଞ୍ଚଳରେ ଚୋରି, ଡକାୟତି ଏବ ହତ୍ୟା ଘଟଣାର ପର୍ଦାଫାସ କରିବାରେ ପୋଲିସ ବିଫଳ ହୋଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ କଳାହାଣ୍ଡି ଏସପିଙ୍କ ସ୍ୱତନ୍ତ୍ର ପଦକ୍ଷେପ ଯୋଗୁଁ ନୂଆଗୁଡା ଡକାୟତି ଘଟଣାରେ ସଂପୃକ୍ତ ୯ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।

କୋରାପୁଟ ଜିଲ୍ଲା ଅମ୍ବା ଗୁଡା ଥାନା ମୟୁରମୁଣ୍ଡା ଗ୍ରାମର ଦୁସାଅଚନ୍ଦ୍ର ଗଧବା(୩୦), ବିସିଙ୍ଗପୁର ଥାନା ରଂସପୁର ଗ୍ରାମର ଦୀପକଅମାଧବ ଗଣ୍ଡ, ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାମିନି ଗ୍ରାମର ଡ଼କ୍ତରଅଭାରତ ଭତରା(୨୦), ସାନକୁମୁଲି ଗ୍ରାମର ସମୀର ନାଗ(୨୨), ନବରଙ୍ଗପୁର ଥାନା ଅନ୍ତର୍ଗତ କୁସୁମି ଗ୍ରାମର ସୋନୁ ହରିଜନ(୨୦), ବାବୁଲା ହରିଜନ(୨୦) ଏବଂ ସୁନୀଲ ହରିଜନ(୩୫) ନବରଙ୍ଗପୁର ତେଲିସାହିର ନାଗେଶ୍ୱର ରାଓ(୫୦) ଜୟପାଟଣା ଥାନା ଅନ୍ତର୍ଗତ ପାବିଲି ଗ୍ରାମର ଉଗ୍ରେ ହରିଜନ(୩୫)ଙ୍କୁ ଜୟପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠାରୁ ୧୧୫୦୦ଟଙ୍କା ଏବଂ ୧୮ଗ୍ରାମ ସୁନା ଏବଂ ମାରଣାସ୍ତ୍ର ଜବତ କରାଯାଇଛି । ଏନେଇ ଜୟପାଟଣା ଥାନା କେଶ ନଂ ୧୭୦/୨୧ରେ ମାମଲା ରୁଜ୍ଜୁ କରାଯାଇଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories