www.samajalive.in
Sunday, December 14, 2025
26.1 C
Bhubaneswar

ୱିମ୍ବିଲଡନ୍‌ ଓ ଅଲିମ୍ପିକ୍‌ସରୁ ଓହରିଲେ ନାଦାଲ

ମାଦ୍ରିଦ୍‌: ଆସନ୍ତା ୨୮ରୁ ଇଂଲଣ୍ଡରେ ଖେଳାଯିବାକୁ ଥିବା ୱିମ୍ବଲଡନ୍‌ ଓ ଜୁଲାଇ ୨୩ରୁ ଜାପାନର ଟୋକିଓରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍‌ସରୁ ଓହରି ଯାଇଛନ୍ତି ତାରକା ପୁରୁଷ ଟେନିସ୍‌ ଖେଳାଳି ସ୍ପେନର ରାଫେଲ୍‌ ନାଦାଲ। ୱିମ୍ବିଲଡନ୍‌ ଓ ଟୋକିଓ ଅଲିମ୍ପିକ୍‌ସରୁ ଓହରି ଯିବା ସଂପର୍କରେ ଟ୍ବିଟର୍‌ରେ ବାର୍ତ୍ତା ଦେଇ ନାଦାଲ ଦର୍ଶାଇଛନ୍ତି ନିଜ ସହଯୋଗୀଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ନେବା ତାଙ୍କ ନିମନ୍ତେ କଷ୍ଟକର ଥିଲା। ତେବେ ତାଙ୍କ ଶରୀର ନିମନ୍ତେ ବିଶ୍ରାମ ଆବଶ୍ୟକ ଥିବାରୁ ସେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି।

ନାଦାଲ୍‌ କିଛିଦିନ ପୂର୍ବେ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ଜୋକୋଭିକ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ଫ୍ରେଞ୍ଚ୍‌ ଓପନ୍‌ ପୂର୍ବରୁ ନାଦାଲ ମଣ୍ଟେ କାର୍ଲୋ ମାଷ୍ଟର୍ସ, ବାର୍ସିଲୋନା, ମାଦ୍ରିଦ୍‌ ଓ ରୋମ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ। ନାଦାଲ ଟ୍ବିଟର୍‌ରେ ଦର୍ଶାଇଛନ୍ତି ଫ୍ରେଞ୍ଚ୍‌ ଓପନ ଶେଷ ହେବା ଓ ୱିମ୍ବିଲଡନ୍‌ ଆରମ୍ଭ ହେବା ମଧ୍ୟରେ ମାତ୍ର ୨ ସପ୍ତାହ ସମୟ ରହୁଥିବାରୁ ସେ ୱିମ୍ବିଲଡନ୍‌ରେ ଖେଳିବାକୁ ନିଜକୁ ଶାରୀରିକ ଦୃଷ୍ଟିରୁ ଫିଟ୍‌ ମନେ କରୁନାହାନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ୱିମ୍ବିଲଡନ୍‌ ଓ ଅଲିମ୍ପିକ୍‌ସରୁ ଓହରି ଯିବାକୁ ନିଷ୍ପତ୍ତି ଯୁକ୍ତିଯୁକ୍ତ ବୋଲି ସେ ଦର୍ଶାଇଛନ୍ତି। ନାଦାଲ୍‌ ୨୦୦୮ ଓ ୨୦୧୬ ଅଲିମ୍ପିକ୍‌ସରେ ୨ଟି ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories