ଖୋର୍ଦ୍ଧା: ଜାତୀୟ ରାଜପଥରେ ଏକ ଏସିଡବାହୀ ଟ୍ୟାଙ୍କର ଲିକ ହୋଇଥିବା ସୂଚନା ମିଳିଛି। ଟାଙ୍ଗି ଚମ୍ପାଗଡ଼ ଓସକେଇ ଖୋଲ ନିକଟରେ ଏସିଡବାହୀ ଟ୍ୟାଙ୍କର ଲିକ ହୋଇଛି। ଟ୍ୟାଙ୍କରର ଭାଲଭ ଲିକ ହୋଇ ଏସିଡ ବାହାରୁଛି। ଏସିଡ ଲିକ ଯୋଗୁଁ ରାଜପଥ ଧୂଅଁାମୟ ହୋଇଯାଇଛି ଏବଂ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଟାଙ୍ଗି ଅଗ୍ନିଶମ ବାହିନୀ ଦ୍ବାରା ଏସିଡ ଲିକ ଆୟତ୍ତ ଲାଗି ଚେଷ୍ଟା ଚଳାଇଛନ୍ତି। ଏସିଡବାହୀ ଟ୍ୟାଙ୍କରଟି ଗଞ୍ଜାମରୁ କଲକତା ଯାଉଥିବା ସୂଚନା ମିଳିଛି।
Popular Categories



