www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ଚେସ୍ ପ୍ରତିଯୋଗିତା: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଝିଅ ସାଞ୍ଚି

ବୌଦ୍ଧ : ରାଜ୍ୟ ଚେସ୍ ସଂଘ ଆନୁକୂଲ୍ୟରେ ଅନଲାଇନ୍ ମାଧ୍ୟମରେ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା ଚାଲିଛି। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ବୌଦ୍ଧ ଜିଲ୍ଲାର ଝିଅ ସାଞ୍ଚି ସାହୁ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତିଲେଶ୍ୱର ପଞ୍ଚାୟତ ମୁସାଡ ଗ୍ରାମର ନବନିତା ଓ ସତ୍ୟସ୍ୱରୂପ ସାହୁଙ୍କ ଝିଅ ସାଞ୍ଚି ୧୯ ତାରିଖରୁ ଆୟୋଜିତ ହେବାକୁ ଥିବା ଜାତୀୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି। ସାଞ୍ଚିଙ୍କ ସଫଳତା ବୌଦ୍ଧବାସୀଙ୍କ ପାଇଁ ଗର୍ବର ବିଷୟ। ପୂର୍ବରୁ ୨୦୧୮ରେ ସିବିଏସ୍ଇ ଇଷ୍ଟ ଜୋନ୍ ୧୭ ବର୍ଷରୁ କମ୍ ବର୍ଗରେ ରୌପ୍ୟ ପଦକ, ୧୪ ବର୍ଷରୁ କମ୍ ବର୍ଗରେ କାଂସ୍ୟ ପଦକ, ସିବିଏସ୍ଇସ୍ତରୀୟ ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ସମେତ ଦିଲ୍ଲୀ, ଗୁରଗାଁଓ, ତ୍ରିପୁରା, ବୌଦ୍ଧ ଓ ଫୁଲବାଣୀ ଠାରେ ଅନୁଷ୍ଠିତ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ସଫଳତା ହାସଲ କରିଛନ୍ତି। ସାଞ୍ଚିଙ୍କ ସଫଳତାରେ ବୌଦ୍ଧ ଜିଲ୍ଲା ଚେସ୍ ସଂଘର ସଭାପତି ରଜନୀକାନ୍ତ ଦାସ, ଉପସଭାପତି ଶଶାଙ୍କ ଶେଖର ମିଶ୍ର ଓ ରାଜ୍ୟ ସଂଘର କୋଷାଧ୍ୟକ୍ଷ ଶଙ୍କର ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories