www.samajalive.in
Saturday, December 13, 2025
26.1 C
Bhubaneswar

କ୍ରୋଧରୁ ମୁକ୍ତି ପାଇବାର ଉପାୟ

କ୍ରୋଧ ମନୁଷ୍ୟର ଶତ୍ରୁ ଅଟେ। ଏପରି ବହୁ ଲୋକେ ଅଛନ୍ତି, ଯାହାକୁ ଛୋଟ ଛୋଟ କଥାରେ ମଧ୍ୟ ରାଗ ଆସିଥାଏ। ରାଗ ଆସିବା ସମୟରେ ନିଜ ଉପରେ ସହଜରେ ନିୟନ୍ତ୍ରଣ ମଧ୍ୟ ରଖି ହୋଇନଥାଏ। ଏହା ଏକ ବୃହତ୍ତ ସମସ୍ୟା ଅଟେ। ଏହି କ୍ରୋଧ କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ରାଗର ଅନ୍ତ ସର୍ବଦା ପଶ୍ଚତାପ ହୋଇଥାଏ। ଶାସ୍ତ୍ରରେ ମଧ୍ୟ କ୍ରୋଧ ଠାରୁ ଦୂରରେ ରହିବା ପାଇଁ କୁହାଯାଇଛି। ତେଣୁ କୌଣସି ବଡ଼ କଥା ହେଉ ଅଥବା ଛୋଟ କଥା, ବାରମ୍ବାର ରାଗ ଆସୁଥିଲେ ଏହି ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।
ଘର ଭିତରକୁ ସୂର୍ଯ୍ୟଙ୍କ ରଶ୍ମୀ ଏବଂ ପାକୃତିକ ପବନ ଭଲ ଭାବେ ଆସୁଥିବା ଆବଶ୍ୟକ। ଘରର ବାହାରେ ବିଭିନ୍ନ ଫୁଲ ଗଛ ଓ ଅନ୍ୟାନ୍ୟ ଗଛ ଲଗାନ୍ତୁ। ଯେକୌଣସି ଭଗବାନଙ୍କର ଲକେଟ୍‍ ପିନ୍ଧନ୍ତୁ। ଏହା କ୍ରୋଧ ଓ ଚିଡଚିଡ଼ ହେବା କମ କରିଥାଏ।
କ୍ରିଷ୍ଟଲ୍‍ ବଲ୍‍ ଲଗାଇବା ଦ୍ୱାରା ଗୃହରେ ସୁଖଶାନ୍ତିର ବାତାବରଣ ରହେ। ଯାହା ଦ୍ୱାରା ରାଗ କମ ହୋଇଥାଏ।
ଲାଫିଙ୍ଗ୍‍ ବୃଦ୍ଧଙ୍କର ମୂର୍ତ୍ତି ଘରେ ରଖନ୍ତୁ। ଏହାକୁ ଗୃହର ମୁଖ୍ୟ ଦ୍ୱାରା ଆଡ଼କୁ ମୁଖ କରି ରଖିଲେ ଏହା ଖୁବ ଉତ୍ତମ ଫଳ ପ୍ରଦାନ କରିଥାଏ।
ରାଗୁଥିବା ଲୋକ ମାନେ ନିୟମିତ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଉଚିତ।
ନିୟମିତ ଦହି ଖାଇବା ଉଚିତ। ଦହିକୁ ଚିନି ସହ ମିଶାଇ ଖାଇଲେ ବହୁ ମାତ୍ରାରେ କ୍ରୋଧ କମିଥାଏ।
ହାତରେ ସର୍ବଦା ଚାନ୍ଦିର କଡ଼ା ପିନ୍ଧନ୍ତୁ। ଏହା ଦ୍ୱାରା ମଧ୍ୟ କ୍ରୋଧରୁ ମୁକ୍ତି ମିଳିଥାଏ।
ଘରେ ଫୁଲ ଦାନିରେ ଫୁଲ ଲଗାନ୍ତୁ। ଲାଲ ରଙ୍ଗର ଫୁଲକୁ ଦକ୍ଷିଣ ଦିଗରେ, ହଳଦିଆ ରଙ୍ଗର ଫୁଲକୁ ଦକ୍ଷିଣ-ପଶ୍ଚିମ ଦିଗରେ କିମ୍ବା ଉତ୍ତର – ପୂର୍ବ ଦିଗରେ ରଖନ୍ତୁ। ଏହା ମଧ୍ୟ କ୍ରୋଧକୁ ଦୂର କରିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories