www.samajalive.in
Saturday, December 6, 2025
19.1 C
Bhubaneswar

ଲିବ୍ୟା ଉପକୂଳରୁ ୨୦୦୦ରୁ ଅଧିକ ବେଆଇନ ଦେଶାଟନକାରୀ ଉଦ୍ଧାର

ତ୍ରିପୋଲି: ଗତ ସପ୍ତାହରେ ଲିବ୍ୟା ଉପକୂଳରୁ ୨ହଜାରରୁ ଅଧିକ ବେଆଇନ ଦେଶାଟନକାରୀଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ସେମାନଙ୍କ ନିଜ ଦେଶକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ପ୍ରକାଶ କରି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ (ଆଇଓଏମ) ପକ୍ଷରୁ କୁହାଯାଇଛି ଯେ ଜୁନ୍‍ ୬ରୁ ୧୨ ତାରିଖ ମଧ୍ୟରେ ଲିବ୍ୟା ଉପକୂଳରେ ୨୦୮୩ ଜଣ ବେଆଇନ ଦେଶାଟନକାରୀଙ୍କୁ ଉଦ୍ଧାର କରାଯାଇଥିଲା ଅଥବା ସେମାନଙ୍କ ପିଛାକରି ସେମାନଙ୍କୁ ଅଟକ ରଖାଯିବା ପରେ ସେମାନଙ୍କୁ ପୁଣି ଲିବ୍ୟାକୁ ଫେରାଇ ଦିଆଯାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରୁ ମହିଳା ଓ ଶିଶୁଙ୍କ ସମେତ ୧୨,୭୯୪ ଜଣ ବେଆଇନ ଦେଶାଟନକାରୀଙ୍କୁ ଉଦ୍ଧାର କରାଯାଇସାରିଥିବା କହିଛି ଜିନହୁଆ ଖବର ସରବରାହ ସଂସ୍ଥା। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୧୯୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୮୭ ଜଣ କେନ୍ଦ୍ରୀୟ ଭୂମଧ୍ୟ ସାଗରୀୟ ପଥଦେଇ କେଉଁଆଡେ ଚାଲିଥିବା କୁହାଯାଉଛି। ୨୦୧୧ରେ ମୁଆମାର୍‍ ଗଦାଫିଙ୍କ ପତନ ପରଠାରୁ ଲିବ୍ୟାରେ ଅସୁରକ୍ଷିତ ପରିସ୍ଥିତି ଏବଂ ଅଶାନ୍ତି ଲାଗି ରହିଛି। ସେଥିପାଇଁ ଦେଶରୁ ହଜାର ହଜାର ଲୋକ ଭୂମଧ୍ୟ ସାଗର ଅତିକ୍ରମ କରି ୟୁରୋପୀୟ ରାଷ୍ଟ୍ରଗୁଡିକୁ ପଳାଇଯିବା ଉଦ୍ୟମ କରୁଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories