www.samajalive.in
Monday, December 8, 2025
24.1 C
Bhubaneswar

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ବାଗସରପୁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ପୂର୍ତ୍ତ ରାସ୍ତାରେ ବୁଧବାର ରାତି ୯ଟା ସମୟରେ ଏକ ଅଜଣା ବାଇକ ଆରୋହୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ମାହାଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମୁତାବକ ବାଇକ ଆରୋହୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନରଣପୁର ଅଂଚଳରେ। ଦୁଇଜଣ ଯୁବକ ଏକ ବାଇକ (ଓଡି-୦୫-ଏକେ-୧୪୦୨)ରେ କୁଆଁପାଳ ଆଡୁ ବାଲିଚନ୍ଦ୍ରପୁର ଅଭିମୁଖେ ଯାଉଥିବା ସମୟରେ ରାସ୍ତା ମଝିରେ ଅନ୍ଧାରୁଆ ସ୍ଥାନରେ ଥୁଆ ହୋଇଥିବା ଏକ ପ୍ରୋକ୍ଲିନ ମେସିନରେ ପିଟିହୋଇ ଯିବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅନ୍ୟ ଜଣେ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦମକଳ ଗାଡ଼ିରେ ମେଡିକାଲ ପଠାଇ ଥିଲେ। ଉତ୍ୟକ୍ତ ଲୋକେ ରାସ୍ତାରେ ଥିବା ମେସିନରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାସ୍ଥଳରେ କୁଆଁପାଳ ଦମକଳ ବାହିନୀ ଜଳୁଥିବା ମେସିନକୁ ପାଣି ପକାଇ ଲିଭାଇ ଥିଲେ ମଧ୍ୟ ମେସିନଟି ସମ୍ପୂର୍ଣ ପୋଡି ଯାଇଛି।

ଦୁଇ ତିନିଦିନ ହେବ କିଏ ଏହି ମେସିନକୁ ଆଣି ରାସ୍ତା ମଝିରେ ରଖିଥିବା ବେଳେ ନା ପୁଲିସ ପ୍ରଶାସନ ନା ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମଧ୍ୟରୁ ଏହାକୁ ହଟା ଯାଇଥିଲା। ପ୍ରଶାସନର ଅଣଦେଖା ହେତୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମେସିନ ରଖିଥିବା ମାଲିକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି। ମୃତକ ଜଣକ କେନ୍ଦ୍ରାପଡା ନରଣପୁର ଅଞ୍ଚଳର ପ୍ରିୟବ୍ରତ ସ୍ବାଇଁ ଓ ଗୁରୁତର ଜଣକ ହେଲେ ଗଣ୍ଡାକିଆ-ଇନ୍ଦୁପୁର ଅଞ୍ଚଳର ଦୀପକ ବିଶ୍ବାଳ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories