www.samajalive.in
Thursday, December 11, 2025
18.1 C
Bhubaneswar

୪ଜି ସ୍ପିଡରେ ଜିଓ ଶୀର୍ଷରେ

ନୂଆଦିଲ୍ଲୀ: ଜିଓ ପୁନଶ୍ଚ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍‍ (ଏମବିପିଏସ୍‍) ହାରାହାରି ୪ଜି ସ୍ପିଡ୍‍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ ରଖିଥିବା ଭାରତର ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଚଳିତ ବର୍ଷ ମଇ ମାସରେ ଏହାର ହାରାହାରି ୪ଜି ଡାଉନଲୋଡ ସ୍ପିଡ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା, ଯାହାର ହାରାହାରି ଡାଉନଲୋଡ ସ୍ପିଡ୍‍ ୬.୩ ଏମବିପିଏସ୍‍ ରହିଥିଲା। ଏହା ମଧ୍ୟ ପ୍ରଦର୍ଶିତ କରୁଛି ଯେ ଭାରତୀ ଏୟାରଟେଲ ଉକ୍ତ ମାସରେ ସର୍ବନିମ୍ନ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୪.୭ ଏମବିପିଏସ୍‍ ହାସଲ କରିଛି।
ହାରାହାରି ସ୍ପିଡ୍‍ ଟ୍ରାଇ ପକ୍ଷରୁ ସମଗ୍ର ଭାରତରେ ମାଇଁସ୍ପିଡ୍‍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ। ଓଡ଼ିଶାରେ ଜିଓ ମଧ୍ୟ ହାରାହାରି ୪ଜି ଡାଉନଲୋଡ୍‍ ସ୍ପିଡ ୩୬.୬ ଏମବିପିଏସ୍‍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୬.୩ ଏମବିପିଏସ୍‍ ଡାଉନଲୋଡ ସ୍ପିଡ, ଭାରତୀ ଏୟାରଟେଲ ହାରାହାରି ୪.୬ ଏମବିପିଏସ୍‍ ୪ଜି ଡାଉନଲୋଡ ସ୍ପିଡ୍‍ ହାସଲ କରିଥିବା ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଅନୁରୂପ ଭାବରେ ଭୋଡାଫୋନ ଆଇଡିଆର ୭.୭ ଏମବିପିଏସ୍‍ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୭ ଏମବିପିଏସ୍‍ ହାରାହାରି ଅପ୍‍ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୧ ଏମବିପିଏସ୍‍ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ ରହିଥିଲା।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories