www.samajalive.in
Thursday, December 11, 2025
26.1 C
Bhubaneswar

ଯୁବ ବିଜେଡିର ରଜ ସଂକଳ୍ପ : ‘ହଟିବ ବାଲ୍ୟ ବିବାହ-ବିକଷିତ ସୁକିନ୍ଦା ହେବ, ନିଶାମୁକ୍ତ’

ଯାଜପୁର : ଉନ୍ନତିର ଶୀର୍ଷରେ ପହଞ୍ଚିବା ପାଇଁ ସୁକିନ୍ଦା-ଦାନଗଦୀର ସାମଗ୍ରିକ ବିକାଶ ହେବା ଜରୁରୀ। ତେବେ କେତେକ ସାମାଜିକ ବ୍ୟବସ୍ଥା,ଏସିଆ ମହାଦେଶର ଇସ୍ପାତ ଶିଳ୍ପର ରାଜଧାନୀ କଳିଙ୍ଗ ନଗରର ବିକାଶକୁ ପଛକୁ ଠେଲି ଦେଉଛି। ଯେମିତି ନଗଡ଼ା ବା ମାହନ୍ତ ସଂପ୍ରଦାୟରେ ଜାରି ରହିଥିବା ବାଲ୍ୟ ବିବାହ, ଅଥବା ଝିଅମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ନମିଳିବା। ତେବେ କୁମାରୀ ଝିଅଙ୍କ ପର୍ବ ତଥା ପବିତ୍ର ରଜ ଉତ୍ସବରେ ନାରୀମାନଙ୍କ ବିକାଶ ଦିଗରେ କାର୍ୟ୍ୟ କରିବାକୁ ସୁକିନ୍ଦା-ଦାନଗଦୀର ଯୁବବର୍ଗ ଶପଥ ନେଇଛନ୍ତି।
ବିଶ୍ୱ ସାଇକେଲ ଦିବସ(ଜୁନ ୩)ରୁ ଲଗାତର ୨ ସପ୍ତାହ, ସାଇକେଲେରେ ପ୍ରତ୍ୟେକ ଗାଁକୁ ଯାଇ ମାସ୍କ ବାଣ୍ଟିବା ସହ କରୋନା ସଂପର୍କରେ ସଚେତନ କରାଉଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି, ଏବେ ନାରୀ ସଶକ୍ତ କରଣ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି। ସାମାଜିକ ବ୍ୟାଧି ବ୍ୟବସ୍ଥାକୁ ଉଚ୍ଛେଦ କରିବା ତଥା ନିଶାମୁକ୍ତ ସମାଜ ଗଠନ ପାଇଁ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ‘ସୁକିନ୍ଦା ଲିଡସ୍ ବ୍ୟାନର’ରେ ଯୁବକମାନେ ଶପଥ ନେଇଛନ୍ତି ।

କରୋନା ସଂକ୍ରମିତ ସନ୍ଧିଗ୍ଧ ମଙ୍ଗରାଜପୁରର ସାବିତ୍ରୀ ସ୍ୱାଇଁଙ୍କ ଶବଦାହ କରି ସୁକିନ୍ଦାର ନରେନ୍ଦ୍ର ନାୟକ ଏବଂ ତାଙ୍କର ୪ ସାଥି ଉଦାହାରଣ ସୃଷ୍ଟି କରିଛନ୍ତି। ବାତ୍ୟା ୟସ ସମୟରେ ଏ ଅଞ୍ଚଳର ଯୁବକ-ଛାତ୍ରମାନେ ବିପଦରେ ପଡିବାକୁ ଯାଉଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ । ସେହି ସେବା କରିବାର ଆନ୍ତରିକତା ଭାବକୁ ଜାଗରଣ ରୂପେ ଗଢ଼ି ତୋଳିବା ପାଇଁ ବିଧାୟକ ଘଡ଼ାଇଙ୍କ ଦାନଗଦି ବାସଭବନରେ ନିଷ୍ପତ୍ତି ହୋଇଛି । ରତ୍ନଗର୍ଭା ସୁକିନ୍ଦାକୁ ବିପଥଗାମୀ କରିବା ଲାଗି କିଛି ଅସାଧୁ ନିଶା ବେପାରୀ ଉଦ୍ୟମ କରୁଛନ୍ତି । ଦିନକୁ ଦିନ ସୁକିନ୍ଦା-ଦାନଗଦୀରେ ଗଞ୍ଚେଇ ମାଫିଆଙ୍କ ଦୌରତ୍ମ୍ୟ ବଢ଼ିବାରେ ଲାଗିଛି। ଏ ଅଞ୍ଚଳର ଯୁବକଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସେହି ନିଶା ବେପାରୀଙ୍କ ବିରୋଧରେ ଲଢ଼େଇ କରିବାକୁ ଯୁବ ବିଜେଡିର କର୍ମକର୍ତ୍ତା  ବଜ୍ର ଶପଥ ନେଇଛନ୍ତି।
ସେହିପରି ପରପିଢ଼ୀ ପାଇଁ ଖଣିଜ ସଂପଦକୁ ବଞ୍ଚାଇ ରଖିବା ସହ ପରିବେଶକୁ ସୁରକ୍ଷିତ କରିବା ଦିଗରେ ବୃକ୍ଷ ରୋପଣକୁ ମିଶନ ଭାବେ ଗ୍ରହଣ କରିଛି। ସେଥିପାଇଁ ଗାଁ ଗାଁରେ ଖାଲି ପଡ଼ିଥିବା ଜଙ୍ଗଲ ଜମିରେ ଗଛ ଲଗାଇ ଦାନଗଦୀ ଏବଂ ସୁକିନ୍ଦାକୁ ସବୁଜିମାରେ ଭରିଦେବାକୁ ଶେଷ ରଜରେ  ଯୁବ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି ।

Hot this week

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

Related Articles

Popular Categories