www.samajalive.in
Monday, December 8, 2025
27.1 C
Bhubaneswar

ରାଉତପଡା,ଗଡମାଣତୀର ଏବଂ ଶଗଡ଼ଭଙ୍ଗା ପଞ୍ଚାୟତର ୩ ଗ୍ରାମ ଅଣୁ ଆବଦ୍ଧାଞ୍ଚଳ

ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ,ଗଡମାଣତୀର ଏବଂ ଶଗଡ଼ଭଙ୍ଗା ପଞ୍ଚାୟତର ୩ ଟି ଗ୍ରାମକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ରାଉତପଡା ପଞ୍ଚାୟତର କୋତଳାଙ୍ଗ ଗ୍ରାମରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ୫ ଟି ପରିବାରର ୪୦ ଲୋକ ବସବାସ କରୁଥିବା କୋତଳାଙ୍ଗ ଗ୍ରାମର ହନୁମାନ ମନ୍ଦିର ଠାରୁ ନୀଳକଣ୍ଠ ପାତ୍ରଙ୍କ ଘର ପର୍ଯ୍ୟନ୍ତ, ଗଡମାଣତୀର ପଞ୍ଚାୟତର ବାଲିବେରେଣି ଗ୍ରାମରେ ୮ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୩ ଟି ପରିବାରର ୧୬ ଜଣ ଲୋକ ବସ ବାସ କରୁଥିବା ଉଷାମଣି ବେହେରାଙ୍କ ଘର ଠାରୁ ପ୍ରଭାକର ବେହେରାଙ୍କ ଘର ପର୍ଯ୍ୟନ୍ତ ଏବଂ ଶଗଡ଼ଭଙ୍ଗା ପଞ୍ଚାୟତର ଶଗଡ଼ଭଙ୍ଗା ଗ୍ରାମରେ ୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୬୦ ଟି ପରିବାରର ୨୪୦ ଲୋକ ବସବାସ କରୁଥିବା ଗୌରାଙ୍ଗ ନାୟକଙ୍କ ଘର ଠାରୁ ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ ୧୬ ତାରିଖ ସନ୍ଧ୍ୟା ୭ ଟାରୁ ୨୨ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି ।
ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଂଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ସମ୍ପୃକ୍ତ ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ନୋଡାଲ ଅଧିକାରୀ ଭାବେ ୬ଟି ବିଭାଗର ସରକାରୀ କର୍ମଚାରୀଙ୍କୁ ସେଠାରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିବାବେଳେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦେଇଛନ୍ତି । ଏହା ପୂର୍ବରୁ ବେଗୁନିଆ ବ୍ଲକର ୩୩ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଆଜିର ଏହି ଘୋଷଣା ପରେ ୩୬ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଗଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories