www.samajalive.in
Saturday, December 6, 2025
19.1 C
Bhubaneswar

ଅଭିବୃଦ୍ଧି ପଥରେ ଭାରତର ଉପଭୋକ୍ତା ଋଣ ବଜାର

ମୁମ୍ବଇ: ଭାରତର ଋଣ ପରିବ୍ୟବସ୍ଥା ମହାମାରୀ ମଧ୍ୟରେ ସୁସଂହତ ରହିଥିବା ବିଶ୍ୱର ଅଗ୍ରଣୀ ସୂଚନା ସେବା କମ୍ପାନୀ ଏକ୍ସପେରିଆନ୍‍ ଏବଂ ପୁଞ୍ଜିନିବେଶ ଓ ସୁଗମତା କ୍ଷେତ୍ରରେ ରହିଥିବା ଜାତୀୟ ଏଜେନ୍ସି ଇନଭେଷ୍ଟ ଇଣ୍ଡିଆ ପକ୍ଷରୁ ସଦ୍ୟ ପ୍ରକାଶିତ ମିଳିତ ରିପୋର୍ଟ ‘ଭାରତୀୟ ଋଣ ପରିବ୍ୟବସ୍ଥାର ଏକ ସମୀକ୍ଷା’ (ଏ ରିଭ୍ୟୁ ଅଫ ଇଣ୍ଡିଆସ୍‍ କ୍ରେଡିଟ ଇକୋସିଷ୍ଟମ)ରେ କୁହାଯାଇଛି। ରିପୋର୍ଟ ‘ଏ ରିଭ୍ୟୁ ଅଫ ଇଣ୍ଡିଆସ୍‍ କ୍ରେଡିଟ ଇକୋସିଷ୍ଟମ’ରେ ଋଣ ପ୍ରଦାନ କ୍ଷେତ୍ରରେ ବହୁ ପ୍ରମୁଖ ଧାରା ସମ୍ପର୍କରେ ଆଲୋକପାତ କରାଯାଇଛି, ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ଧାରା ହେଉଛି ଭାରତର ଋଣ ବଜାର ବିଶ୍ୱସ୍ତରରେ ଅଧିକାଂଶ ବୃହତ ଅର୍ଥନୀତି ତୁଳନାରେ ଉଚ୍ଚତର ଅଭିବୃଦ୍ଧି ହାର ହାସଲ କରିବାକୁ ଯାଉଛି। ଏହା ଭାରତୀୟ ଜନସଂଖ୍ୟାରେ ପରିବର୍ତ୍ତନ, ସ୍ୱଚ୍ଛଳ ମଧ୍ୟବିତ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ତଦ୍ଦ୍ୱାରା ବେସରକାରୀ ଆହରଣରେ ବ୍ୟାପକ ବୃଦ୍ଧି ଏବଂ ତାହାସହିତ ଗ୍ରାମାଞ୍ଚଳ ଜନସଂଖ୍ୟାରେ ଅଭିବୃଦ୍ଧି ଆଦି ଦ୍ୱାରା ପରିଚାଳିତ ହେବ, ଯାହା ପ୍ରଯୁକ୍ତି ଦ୍ୱାରା ଉତ୍‍ପ୍ରେରିତ ହେଉଛି। ବ୍ୟାଙ୍କିଙ୍ଗ ସୁବିଧାରୁ ବଂଚିତ ଏବଂ ଉପଯୁକ୍ତ ସେବା ପାଉନଥିବା ଜନସଂଖ୍ୟା ପାଇଁ ବଜାରରେ ତାରତମ୍ୟ ରହିଥିବା ବିଷୟକୁ ସ୍ୱୀକାର କରି ରିପୋର୍ଟରେ ଏନବିଏଫସି ଏବଂ ଫିନ୍‍ଟେକଗୁଡିକ କିଭଳି ଏହି ଉପଭୋକ୍ତାଙ୍କର ଆର୍ଥିକ ଆବଶ୍ୟକତା ପୂରଣ ଦିଗରେ ଋଣ ପ୍ରଦାନ ଦୃଶ୍ୟପଟ୍ଟରେ କିଭଳି ରୂପାନ୍ତରଣ ଆଣିଛି ସେ ସମ୍ପର୍କରେ ଅନୁଧ୍ୟାନ କରାଯାଇଛି। ରିପୋର୍ଟରେ ମଧ୍ୟ ନିୟାମକ ପରିବେଶ ସର୍ମ୍ପକରେ ଆଲୋକପାତ କରାଯାଇଛି ଯାହା ସମୁଦାୟ ମହାମାରୀ ସମୟରେ ଭାରତର ଋଣ ପରିବ୍ୟବସ୍ଥାକୁ ସହାୟତା କରିଛି।
୨୦୧୭ ମାର୍ଚ୍ଚରୁ ୨୦୨୧ ଫେବ୍ରୁଆରୀ ପର୍ଯ୍ୟନ୍ତ ଭାରତର ଋଣ ପରିବ୍ୟବସ୍ଥା ତଥ୍ୟକୁ ଅନୁଶୀଳନ କରିଥିବା ରିପୋର୍ଟରେ ସ୍ଥାନ ପାଇଥିବା ତଥ୍ୟ ଭାରତୀୟ ବଜାରରେ ସମ୍ବଳ ସଂଗ୍ରହ ଧାରାରେ କ୍ରମଶଃ ଏବଂ ସ୍ଥିର ଉନ୍ନତି ସହିତ ଭି-ଆକାର ପୁନରୁଦ୍ଧାର ବିଷୟରେ ଆଲୋକପାତ କରିଛି। ନୂଆ ସମ୍ବଳ ଯୋଗାଡ ୨୦୨୦ ଅକ୍ଟୋବରରେ କୋଭିଡ ପୂର୍ବ ସ୍ତରକୁ ଅତିକ୍ରମ କରିଯାଇଥିଲା; ଯଦିଓ ଏହି ପରିମାଣ ୨୦୨୧ ଜାନୁଆରୀରୁ ପରବର୍ତ୍ତୀ ସମୟରେ କୋଭିଡ-୧୯ର ଦ୍ୱିତୀୟ ଲହର ଏବଂ ତାଲାବନ୍ଦ ଲାଗୁ କାରଣରୁ ହ୍ରାସପାଇଛି।
ସମସ୍ତ ଅସୁରକ୍ଷିତ ଋଣ ଉତ୍ପାଦ କ୍ଷେତ୍ରରେ ଉଲ୍ଲେଖନୀୟ ପୁନରୁଦ୍ଧାର ପରିଲକ୍ଷିତ ହୋଇଛି। ବ୍ୟକ୍ତିଗତ ଋଣ କ୍ଷେତ୍ରରେ ପୁନରୁଦ୍ଧାର ଉଭୟ ୧ ଲକ୍ଷ ଟଙ୍କାରୁ କମ୍‍ ଏବଂ ୫ ଲକ୍ଷ ଟଙ୍କାରୁ ଅଧିକ ବର୍ଗରେ ଅଧିକ ହୋଇଛି। ସେହି ସମୟରେ ଅଧିକ ପରିମାଣର ଋଣ କ୍ଷେତ୍ରରେ ଅଭିବୃଦ୍ଧି ଧାରାରେ ମଧ୍ୟ ଲଗାତର ଭାବରେ ଉନ୍ନତି ଘଟୁଛି। ଏକ୍ସପେରିଆନ୍‍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ନିରଜ ଧାୱନ କହିଛନ୍ତି, ଗତ ମାତ୍ର ପାଞ୍ଚବର୍ଷ ମଧ୍ୟରେ ଭାରତୀୟ ଜନସଂଖ୍ୟାର ଆଚରଣଗତ ପରିବର୍ତ୍ତନ ଉଲ୍ଲେଖନୀୟ ହୋଇଛି। ପୂର୍ବରୁ ପହଞ୍ଚ ନଥିବା ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଉପଭୋକ୍ତାବାଦ ବୃଦ୍ଧିଘଟୁଛି ଏବଂ ଯୁବବିଢି ଗଣ ବଜାର ବ୍ୟବସ୍ଥାର ମୁଖ୍ୟ ପରିଚାଳନାକାରୀ ଶକ୍ତି ହୋଇଛନ୍ତି।
ଇନଭେଷ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଦୀପକ ବାଗ୍‍ଲା କହିଛନ୍ତି, ଭାରତ ଆର୍ଥିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏକ ବିରାଟ ଲମ୍ଫ ପ୍ରଦାନ କରିବାକୁ ଯାଉଛି। ସ୍ୱଚ୍ଛଳ ମଧ୍ୟବିତ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଗ୍ରାମାଞ୍ଚଳ ଅର୍ଥନୀତିରେ ଅଭିବୃଦ୍ଧି ଉପଭୋକ୍ତାଙ୍କ ଖର୍ଚ୍ଚ କରିବା ଶୈଳୀରେ ପରିବର୍ତ୍ତନ ଆଣୁଛି ଏବଂ ଏହା ଭାରତର ଅଧିକାଂଶ ଉପଭୋକ୍ତା ଆହରଣ ଅଭିବୃଦ୍ଧିକୁ ଆଗେଇ ନେଉଛି। ଏଥିସହିତ ଦ୍ରୁତ ପ୍ରୁଯକ୍ତିଗତ ଉନ୍ନତିସାଧନ ମଧ୍ୟ ଋଣ ପ୍ରଦାନ ପରିବ୍ୟବସ୍ଥାରେ ଅଭିବୃଦ୍ଧିକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅପ୍ରତ୍ୟାଶିତ ସମୟରେ ଋଣ ଶିଳ୍ପ ସମ୍ପର୍କିତ ଭରସାଯୋଗ୍ୟ ଏବଂ ବାସ୍ତବ ସୂଚନା ସର୍ବସମ୍ମୁଖକୁ ଆଣିବା ଦିଗରେ ଏହି ରିପୋର୍ଟରେ ପ୍ରୟାସ କରାଯାଇଛି।

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories