www.samajalive.in
Sunday, December 14, 2025
19.1 C
Bhubaneswar

୮୦ ଜଣଙ୍କୁ ମାରିବା ପରେ ଧରାପଡିଲା ଓସାମା ବିନ୍‍ ଲାଡେନ

ଲୁଗାଙ୍ଗା: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‍ ଲାଡେନ କଥା କିଏ ନଜାଣିଛି। ବହୁ ହତ୍ୟା, ଅପହରଣ, ବିସ୍ଫୋରଣ ଘଟଣାର ମୁଖ୍ୟ ନାୟକ ଓସାମା। ସେ ନିଜେ କେତେ ହତ୍ୟା କରିଛି ଏବଂ ତା’ର ଇଙ୍ଗିତରେ କେତେ ଜଣଙ୍କୁ ମାରିଦିଆଯାଇଛି ତାହାର କିଛି ହିସାବ ନାହିଁ। ଶେଷରେ ତାହାର ମଧ୍ୟ ଅନ୍ତ ଘଟିଲା, ତା’ର ଅଜାଣତାରେ। ଏବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠିବ ଯେ ସେ ୮୦ ଜଣଙ୍କୁ ମାରିଥିବା କଥା ଏଠାରେ କେମିତି ଉଲ୍ଲେଖ କରାଯାଇଛି। କିନ୍ତୁ ଏହା ସତ ଯେ ସେ ୮୦ ଜଣଙ୍କୁ ମାରି ଖାଇଦେଇଛି। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏଠାରେ ଯେଉଁ ଓସାମା ବିନ୍‍ ଲାଡେନ କଥା କୁହାଯାଉଛି, ସେ ସେହି କୁଖ୍ୟାତ ଆତଙ୍କି ନୁହେଁ, ଏକ ଭୟାନକ କୁମ୍ଭୀର। ତାହାର ଆଚରଣକୁ ଦେଖି ଲୋକମାନେ ତାହାର ନାମ ଦେଇଛନ୍ତି ଓସାମା ବିନ୍‍ ଲାଡେନ।
ନୀଳ ନଦୀରେ ବାସ କରୁଥିବା ଏହି ବିଶାଳକାୟ କୁମ୍ଭୀର ଉଗାଣ୍ଡାର ଏକ ଛୋଟ ଗାଁର ପିଲାଙ୍କ ଠାରୁ ବୟସଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆତଙ୍କିତ କରି ରଖିଥିଲା। ଏହାର ଆନୁମାନିକ ବୟସ ୭୫ ବର୍ଷ ବୋଲି କୁହାଯାଉଛି। ଉଗାଣ୍ଡାର ଗାଁ ଲୁଗାଙ୍ଗାରେ ଏହା ୧୯୯୧ରୁ ୨୦୦୫ ମଧ୍ୟରେ ପାଖାପାଖି ୮୦ ଜଣଙ୍କୁ ମାରି ଖାଇଥିଲା। କହିବାକୁ ଗଲେ କୁମ୍ଭୀର ଯୋଗୁଁ ଉକ୍ତ ଛୋଟ ଗାଁର ପ୍ରାୟ ଏକ ଦଶମାଂଶ ଲୋକ ପ୍ରାଣ ହରାଇଥିଲେ। ଗାଁ ପାଖରେ ଥିବା ଏକ ଛୋଟ ହ୍ରଦରୁ ପିଲାମାନେ ପାଣି ଆଣିବାକୁ ଯିବା ସମୟରେ ୧୬ ଫୁଟ ଲମ୍ବ ଏହି କୁମ୍ଭୀରଟି ସେମାନଙ୍କ ଉପରେ ଆକ୍ରମଣ କରି ଜଣକ ପରେ ଜଣକୁ ମାରିଦେଉଥିଲା। ଏପରିକି ମତସ୍ୟଜୀବୀମାନେ କାଠଡଙ୍ଗାରେ ଯିବା ସମୟରେ ସେ ଡଙ୍ଗା ଉପରକୁ ଡେଇଁ ସେମାନଙ୍କୁ ମାରି ଦେଉଥିଲା। ଥରେ ପଲ୍‍ କିୟେୱାଲ୍ୟାଙ୍ଗା ନାମକ ଜଣେ ବ୍ୟକ୍ତି ସେହି କୁମ୍ଭୀର ସାମନା ସାମନି ହୋଇଥିଲେ। ତାଙ୍କ ସହିତ ତାଙ୍କ ଭାଇ ମଧ୍ୟ ଥିଲେ। ପଲ୍‍ ନିଜ ଜୀବନ ବଞ୍ଚାଇ ଦେଇଥିବାବେଳେ ଭାଇଙ୍କୁ କିନ୍ତୁ ବଞ୍ଚାଇ ପାରିନଥିଲେ।
ଓସାମା ଡଲଫିନ ଭଳି ପାଣିରେ ଉପରମୁହାଁ ହୋଇ ସିଧା ଉଠିବା ପରେ ଡଙ୍ଗା ଉପରେ ଥିବା ଲୋକଙ୍କୁ ଆକ୍ରମଣ କରୁଥିଲା। ଶେଷରେ ବନ୍ୟପ୍ରାଣୀ କର୍ମଚାରୀ, ୫୦ରୁ ଅଧିକ ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ଧରାଗଲା। ଗ୍ରାମବାସୀ ତାକୁ ତୁରନ୍ତ ମାରିଦେବାକୁ କହିଥିଲେ ମଧ୍ୟ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଉଗାଣ୍ଡାରେ ଥିବା ଏକ କୁମ୍ଭୀର ଫାର୍ମକୁ ପଠାଇ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories