www.samajalive.in
Saturday, December 13, 2025
14.1 C
Bhubaneswar

ମୃତ ସମ୍ବର ଉଦ୍ଧାର, ଜଣେ ଅଟକ

ଚୌଦ୍ୱାର : କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡା ଫରେଷ୍ଟ ରେଞ୍ଜର ମହିସାଲଣ୍ଡା ପଞ୍ଚାୟତର ମାଛପଙ୍ଗୀ ଗ୍ରାମ ପାଖ ଏକ ନାଳ ନିକଟରୁ ଏକ ମୃତ ମାଇ ସମ୍ବରକୁ ଗ୍ରାମବାସୀ ମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ସମ୍ବରଟିକୁ ଶୀକାର କରିଥିବା ଦୁର୍ବୁତ୍ତ ମାନଙ୍କ ମଧ୍ୟରୁ ଗ୍ରାମବାସୀ ମାନଙ୍କହାତରେ ଧରା ପଡ଼ିଥିବା ରାମଚନ୍ଦ୍ରପୁର ଗ୍ରାମର ବାବୁଲି ବାନରା ନାମକ ଶିକାରୀକୁ ବନବିଭାଗ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶଯେ ମଙ୍ଗଳବାର ସକାଳୁ ବାବୁଲି ଓ ତାର ଅନ୍ୟ ସହଯୋଗୀ ମାନେ ନାଳ ନିକଟରୁ ମୃତ ସମ୍ବରକୁ ନେବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ଗ୍ରାମବାସୀ ମାନେ ଏହା ଜାଣି ପାରି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ବାବୁଲିକୁ ଲୋକେ କାବୁ କରିନେଇଥିବାବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବରପାଇ ମଙ୍ଗରାଜପୁର ଫରେଷ୍ଟର ପୀତବାସ ମହାପାତ୍ର ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ସମ୍ବର ସ ଶିକାରୀ ବାବୁଲିକୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ସୋମବାର ରାତିରେ ଶିକାରୀ ମାନେ ଏହି ସମ୍ବରକୁ ଶିକାର କରିଥିବା ଓ ଭୋରୁ ଆସି ଏହାକୁ ନେବାର ଯୋଜନା ଥିଲେ ବୋଲି ଫରେଷ୍ଟର ଶ୍ରୀ ମହାପାତ୍ର ସୁଚନା ଦେଇ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories