www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା ୧ ଲକ୍ଷ ଜାଲ କୋଭିଡ ନମୁନା ପରୀକ୍ଷା ରିପୋର୍ଟ

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଚଳିତ ବର୍ଷ ଅନୁଷ୍ଠିତ କୁମ୍ଭମେଳା ଦେଶରେ କୋଭିଡ-୧୯ର ଦ୍ୱିତୀୟ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ବିଭିନ୍ନ ମହଲରୁ, ଏପରିକି ବିଦେଶୀ ରାଷ୍ଟ୍ରଗୁଡିକ ଅଭିଯୋଗ କରୁଥିବାବେଳେ ଏବେ କୁମ୍ଭମେଳା ଆୟୋଜନକାରୀଙ୍କ ଦ୍ୱାରା ସେଠାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କୁମ୍ଭରେ ଯୋଗ ଦେଉଥିବା ଶ୍ରଦ୍ଧାଳୁଙ୍କ କୋଭିଡ ନମୁନା ପରୀକ୍ଷା କରାଯାଉଥିବାବେଳେ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଜାଲ କୋଭିଡ ପରୀକ୍ଷା ରିପୋର୍ଟ ଯୋଗାଇ ଦିଆଯାଇଥିବା ଘଟଣା ଏବେ ସାମନାକୁ ଆସିଛି। ଏହା ଏବେ ଏହାର ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଉତ୍ତରଖଣ୍ଡ ସରକାର କୁମ୍ଭମେଳା ସମୟରେ ଶ୍ରଦ୍ଧାଳୁଙ୍କର କୋଭିଡ ନମୁନା ପରୀକ୍ଷା ଦାୟିତ୍ୱ ଏକାଧିକ ଘରୋଇ ସଂସ୍ଥାକୁ ଦେଇଥିଲେ। କିନ୍ତୁ ଉକ୍ତ ସଂସ୍ଥାଗୁଡିକ ୧ ଲକ୍ଷରୁ ଅଧିକ ଜାଲ ରିପୋର୍ଟ ପ୍ରସ୍ତୁତ କରି ତାହା ଶ୍ରଦ୍ଧାଳୁଙ୍କୁ ଦେଇଥିଲା। ଏହା ଜଣାପଡିବା ପରେ ହରିଦ୍ୱାର ଜିଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତାଦେଶ ଦିଆଯାଇଛି। ଜଣାଯାଇଛି ଯେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ କମିଟି ଏହାର ପ୍ରାଥମିକ ତଦନ୍ତ କରିଥିଲେ। ସେମାନେ କୋଭିଡ ରିପୋର୍ଟରେ ବ୍ୟାପକ ଜାଲିଆତି ହୋଇଥିବା ଦେଖିବାକୁ ପାଇଛନ୍ତି। ଏପରିକି ଗୋଟିଏ ଫୋନ ନମ୍ବରରୁ ୫୦ରୁ ଅଧିକ ଲୋକଙ୍କ ନାମ ପଞ୍ଜିକରଣ କରାଯାଇଛି ଏବଂ ଗୋଟିଏ ଆଣ୍ଟିଜେନ କିଟ୍‍ ରେ ୭୦୦ରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ଦର୍ଶାଯାଇଛି। ଉକ୍ତ ଘରୋଇ ସଂସ୍ଥାଗୁଡିକ ସହିତ ପଞ୍ଜିକୃତ ପ୍ରାୟ ୨୦୦ ନମୁନା ସଂଗ୍ରହକାରୀ ଛାତ୍ର, ଡାଟା ଏଣ୍ଟ୍ରି ଅପରେଟର ଅଥବା ରାଜସ୍ଥାନର ବାସିନ୍ଦା ଥିଲେ, ଯେଉଁମାନେ ପୂର୍ବରୁ କେବେ ହରିଦ୍ୱାର ଯାଇନଥିଲେ। ନିୟମ ଅନୁଯାୟୀ ଜଣେ ନମୁନା ସଂଗ୍ରହକାରୀ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ନମୁନା ସଂଗ୍ରହ କରିବା କଥା। ଘରୋଇ ସଂସ୍ଥାକୁ ଦୈନିକ ୫୦ ହଜାର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ଦିଆଯାଇଥିବାବେଳେ ତାହା ଉକ୍ତ ଲକ୍ଷ୍ୟ ହାସଲ ପାଇଁ ମନଇଛା ଜାଲ ରିପୋର୍ଟ ଦେଇଥିବା କୁହାଯାଇଛି। ଜଣାଯାଇଛି ଯେ କୁମ୍ଭ ସମୟରେ ୨୨ଟି ଘରୋଇ ଲାବୋରେଟୋରୀ ଏବଂ ୯ଟି ସଂସ୍ଥାକୁ ରାପିଡ ଆଣ୍ଟିଜେନ ଏବଂ ଆରଟିପିସିଆର ପରୀକ୍ଷା ଦାୟିତ୍ୱ ଦିଆଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories