www.samajalive.in
Sunday, December 14, 2025
26.1 C
Bhubaneswar

ବେସରକାରୀ ଗୋଦାମରୁ ଜବତ ହେଲା ଲକ୍ଷେ ବସ୍ତା ସରକାରୀ ଚାଉଳ

ରଙ୍ଗିଆ (ଆସାମ): ଦେଶର ଦରିଦ୍ର ଲୋକଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଖାଦ୍ୟଶସ୍ୟ କିଭଳି ବ୍ୟାପକ ଭାବରେ ହରିଲୁଟ ହେଉଛି ତାହା ଆସାମର ଏହି ଘଟଣାରୁ ସ୍ପଷ୍ଟ ଜଣାଯାଉଛି। ଆସାମର କାମରୂପ ଜିଲାରେ ଏକ ବେସରକାରୀ ଗୋଦାମରୁ ଏକ ଲକ୍ଷ ବସ୍ତା ସରକାରୀ ଚାଉଳ ଜବତ କରାଯାଇଛି। ଉକ୍ତ ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ମେଘାଳୟ ୟୁନିଟର ବୋଲି ପୁଲିସ କହିଛି। ଉକ୍ତ ଚାଉଳକୁ ବିକ୍ରି ପାଇଁ ପୁନଃ ପ୍ୟାକିଂ କରାଯାଉଥିବାବେଳେ ସେ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା। ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଉକ୍ତ ବେସରକାରୀ ଗୋଦାମ ଉପରେ ଚଢଉ କରାଯାଇ ଚାଉଳ ଜବତ କରାଯାଇଥିଲା।
ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ନଦିଆର ପାର୍‍ ଗ୍ରାମବାସୀ ଚାଉଳ ବୋଝେଇ ଏକ ଟ୍ରକର ସନ୍ଦେହଜନକ ଗତିବିଧି ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ବୋକୋ ପୁଲିସ ଅଧିକାରୀ ସଞ୍ଜିତ ରୟ ଏବଂ ଛାୟଗୋଁ ସର୍କଲ ଅଧିକାରୀ ଜୟନ୍ତ ବୋରା ସେଠାରେ ଚଢଉ କରି ଟ୍ରକକୁ ଅଟକାଇବା ସହିତ ଡ୍ରାଇଭରକୁ ପଚରା ଉଚରା କରିଥିଲେ। ସେମାନଙ୍କ ନିକଟରୁ ସୂଚନା ପାଇ ସେମାନେ ଏକ ବଡଧରଣର ଚାଉଳ ଚୋରା କାରବାର ର୍ୟାକେଟ ଠାବ କରିବା ସହିତ ଘରୋଇ କମ୍ପାନୀର ଗୋଦାମ ଉପେର ଚଢଉ କରିଥିଲେ। ସେଠାରୁ ପ୍ରତେଞକ ୫୦ କିଲୋଗ୍ରାମ ଓଜନର ୧ ଲକ୍ଷ ବସ୍ତା ଚାଉଳ ଜବତ କରାଯାଇଥିଲା। ଅଧିକାରୀମାନେ ଚଢଉ କରିବା ସମୟରେ ଉକ୍ତ ଘରୋଇ କମ୍ପାନୀ ସରକାରୀ ବସ୍ତାରୁ ଚାଉଳ କାଢି ତା’ର ନିଜସ୍ୱ ଲୋଗୋ ଥିବା ବସ୍ତାରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଥିଲା। ସେଠାରୁ ଚାଉଳ ସହିତ ୧୩ଟି ଟ୍ରକ ମଧ୍ୟ ଜବତ କରାଯାଇଛି। ଏଥିରେ ଏକ ବିରାଟ ର୍ୟାକେଟ କାମ କରୁଥିବା ଏବଂ ଅଧିକାରୀମାନଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। କମ୍ପାନୀ ମାଲିକ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିବା ଜଣାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories