www.samajalive.in
Saturday, December 6, 2025
16.1 C
Bhubaneswar

ଶଶିକଳାଙ୍କ ସହିତ କଥାହେଲେ ଦଳରୁ ବିଦା

ଚେନ୍ନଇ: ଶଶିକଳାଙ୍କୁ ନେଇ ଏବେ ଏଆଇଏଡିଏମକେର ଚିନ୍ତା ବଢିଯାଇଛି। ସକ୍ରିୟ ରାଜନୀତିରେ ପ୍ରବେଶ ନେଇ ଶଶିକଳା ସୂଚନା ଦେବାପରେ ଏବେ ଏଆଇଏଡିଏମକେ ଦଳୀୟ ନେତୃବୃନ୍ଦ ଏବଂ କର୍ମୀଙ୍କ ପାଇଁ କଡା କଟକଣା ଜାରି କରିଛି। ଦଳ ପକ୍ଷରୁ ଗୃହୀତ ଏକ ପ୍ରସ୍ତାବରେ କୁହାଯାଇଛି, ଶଶିକଳାଙ୍କ ସହିତ ଦଳର ଯିଏ କଥାହେବେ, ସେ ଦଳରୁ ବହିଷ୍କୃତ ହେବେ। ବିଧାନସଭାରେ ଦଳର ଉପନେତା ଏବଂ ମୁଖ୍ୟ ସଚେତକ ମନୋନୀତ କରିବାକୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଦଳରୁ ବହିଷ୍କୃତ ହୋଇଥିବା ଅନ୍ତରୀଣ ସାଧାରଣ ସମ୍ପାଦକ ଭି କେ ଶଶିକଳାଙ୍କର ଏକ ଅଡିଟ ଟେପ୍‍ ଶୁଣିବା ପରେ ଦଳ ସର୍ବସମ୍ମତକ୍ରମେ ଏଭଳି ନିଷ୍ପତ୍ତି ନେଇଛି। ଉକ୍ତ ଅଡିଓ ଟେପରେ ଶଶିକଳା ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଲୋଚନା କରୁଥିବା ଏବଂ ଦଳର ସ୍ଥିତିକୁ ସମାଲୋଚନା କରିବା ସହିତ ସେ ରାଜନୀତିକୁ ଫେରିବେ ଏବଂ ଦଳକୁ ପୁଣି ମଜଭୁତ କରିବେ ବୋଲି କହୁଥିବା ଶୁଣିବାକୁ ମିଳିଛି।
ପୂର୍ବରୁ ଦଳର ଛାମୁଆ ନେତୃବୃନ୍ଦ ଇଡାପାଦି କେ ପାଲାନିସାମି, ଜୟକୁମାର ଏବଂ କେ ପି ମୁନୁସାମି ପ୍ରମୁଖ ଏହାକୁ ଅସ୍ୱୀକାର କରିବା ସହିତ ଶଶିକଳା କେବଳ ଦଳର କ୍ୟାଡରମାନଙ୍କ ସହିତ ଆଲୋଚନା କରିଥିବା କହିଥିଲେ। କିନ୍ତୁ ଏହାପରେ ଶଶିକଳାଙ୍କ ସମର୍ଥକମାନେ ଆଉଏକ ଅଡିଟ ଟେପ୍‍ ପ୍ରକାଶ କରିବା ପରେ ଦଳ ପକ୍ଷରୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଇତିମଧ୍ୟରେ ପାଲାନିସାମି ଏବଂ ପନିରସେଲଭାମ ସ୍ୱର ବଦଳାଇ କହିଛନ୍ତି ଯେ ଗୋଟିଏ ପରିବାରର ସ୍ୱାର୍ଥ ପାଇଁ ଦଳକୁ ନଷ୍ଟ ହେବାକୁ ଦିଆଯିବ ନାହିଁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories