www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ବ ରକ୍ତଦାତା ଦିବସ ପାଳିତ

ଗୋପାଳପୁର: ସିଟି କଲେଜର ଏନସିସି ୱୀଙ୍ଗ ତରଫରୁ ଓଡିଶା(୩) ମେଡିକାଲ କମ୍ପାନୀ ଏନସିସି ଶାଖା ଆନୁକୁଲ୍ୟରେ ବିଶ୍ଵ ରକ୍ତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏନସିସି କ୍ୟାଡେଟମାନଙ୍କ ମଧ୍ୟରେ ଅନଲାଇନ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ସହିତ କଲେଜ ଅଧକ୍ଷ ଡଃ ଦିଲୀପ କୁମାର ପାତ୍ରଙ୍କ ପୌରୋହିତ୍ୟରେ ଏକ ୱେବିନାର ଅନୁଷ୍ଠିତ ହୋଇଛି। ଆବାହକ ଆସୋସିଏଟ, ଏନସିସି ଅଫିସର ଲେଫଟନାଣ୍ଟ ମେଘନାଦ ପ୍ରଧାନ ଅନଲାଇନ୍ ଅତିଥି ଅଧ୍ୟାପକ କଲେଜ୍ କର୍ମଚାରୀ କ୍ୟାଡେଟ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରି ଏହି କାର୍ୟ୍ୟକ୍ରମକୁ ଆରମ୍ଭ କରିଥିଲେ। ରକ୍ତଦାନ ପ୍ରତି ସଚେତନତା ଏବଂ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇବା ଆମର ପ୍ରଧାନ ଲକ୍ଷ୍ୟ ବୋଲି କହିଥିଲେ। ଅଧକ୍ଷ ଶ୍ରୀ ପାତ୍ର କଲେଜ ଦ୍ଵାରା ପ୍ରସ୍ତୁତ ରକ୍ତ ଦାତାମାନଙ୍କ ଦ୍ଵାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚିତ୍ର କୁ ଉନ୍ମୋଚନ କରିଥିଲେ।

ଏହି କାର୍ୟ୍ୟକ୍ରମରେ ରେଡକ୍ରସ ଜିଲ୍ଲା ସମ୍ପାଦକ ପ୍ରଫେସର୍ ମନୋରଞ୍ଜନ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏନସିସି, ଏନ୍ଏସଏସ ଓ ୱାଇଆରସି ସ୍ବେଛାସେବୀଙ୍କ ରକ୍ତ ଦାନର ବାର୍ତ୍ତା ହେବାପାଇଁ ଆହ୍ବାନ କରିଥିଲେ। ଗଞ୍ଜାମ ଜିଲ୍ଲାର ଏନଏସଏସ  ପ୍ରୋଗ୍ରାମ ଅଫିସର ସ୍ବର୍ଣ୍ଣଲତା ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଯୁବ ପିଢ଼ି ଙ୍କୁ ରକ୍ତଦାନ କରିବା ପାଇ ପ୍ରୋତ୍ସାହନ କରିଥିଲେ । କଲେଜର କର୍ମଚାରୀ ସଂଘର ସଭାପତି ଦୀପକ ରଞ୍ଜନ ମିଶ୍ର ରକ୍ତଦାନକୁ ଗୁରୁତ୍ଵ ଦେଇ ରକ୍ତଦାତା ମାନଙ୍କୁ ପ୍ରଶଂସା କରିଥିଲେ । ରାସାୟନିକ ବିଜ୍ଞାନର ଅଧ୍ୟାପକ ଶ୍ରୀ ସୁଦାମ ଚରଣ ବିଷୋୟୀ କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗଣିତ ବିଭାଗ ମୁଖ୍ୟ ଶ୍ରୀ ପ୍ରଦୀପ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ୟ୍ୟକ୍ରମରେ କଲେଜ୍ କର୍ମଚାରୀ ଉପସ୍ଥିତ ରହି ଏହାକୁ ସଫଳ ମଣ୍ଡିତ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories