www.samajalive.in
Saturday, December 6, 2025
23.1 C
Bhubaneswar

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ ମୃତ, ଜଣେ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ରବିବାର ମଧ୍ୟ ରାତ୍ରରେ ଏକ କ୍ୟାମ୍ପର ଅଜଣା ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ କ୍ୟାମ୍ପରରେ ଥିବା ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କର କେନ୍ଦୁଝର ଡାକ୍ତରଖାନା ରୁ କଟକ ସ୍ଥାନାନ୍ତର ସମୟରେ ଘଟଗାଁ ନିକଟରେ ରାସ୍ତାରେ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ରବିବାର ମଧ୍ୟ ରାତ୍ରରେ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ଏକ କମ୍ପାନୀର ୩ ଜଣ କର୍ମଚାରୀ ଏକ କ୍ୟାମ୍ପରରେ ରାସ୍ତା କାମ ଦେଖୁଥିବା ସମୟରେ ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ପଛରେ କ୍ୟାମ୍ପରଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ କ୍ୟାମ୍ପରରେ ଥିବା ଖିରେଇଟାଙ୍ଗିରି ଗ୍ରାମର ଦିଲ୍ଲିପ ମହାନ୍ତ(୩୫)ଙ୍କର ମୃତ୍ୟୁ ଘଟିଥିବା ବେଳେ କ୍ୟାମ୍ପର ଚଳାଉଥିବା ଗୋପାଳ ମହାନ୍ତ(୩୫)ଙ୍କର କଟକ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟିଛି । କ୍ୟାମ୍ପରରେ ଥିବା ଠିକା ସଂସ୍ଥା ସୁପର ଭାଇଜର ଚିଲିଦା ଗ୍ରାମର ଶାନ୍ତନୁ ମହାନ୍ତ(୩୫) ଅବସ୍ଥା ଗୁରୁତର ରହିଛି । ସମସ୍ତ ମୃତ ଓ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି । ମୃତକ ଙ୍କ ପରିବାରକୁ ଠିକା ସଂସ୍ଥା ପକ୍ଷରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ମୃତକ ଙ୍କ ପରିବାରକୁ ଦିଆଯିବା ସହ ଘରେ ଛାଡିଦିଆ ଯାଇଥିବା ଗୁରୁତର ଙ୍କ ଚିକିତ୍ସା ଖର୍ଚ୍ଚ ଠିକା ସଂସ୍ଥା ବହନ କରିବାକୁ ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ଆଇନଜୀବି ରାଧାକାନ୍ତ ମହାନ୍ତ ଦାବି ରଖିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories