www.samajalive.in
Wednesday, December 10, 2025
23.1 C
Bhubaneswar

୩୮ ପତ୍ନୀ, ୮୯ ପୁଅ ଝିଅଙ୍କୁ ଛାଡି ଚାଲିଗଲେ

ଆଇଜଲ: ମିଜୋରାମ ବାସିନ୍ଦା ଜିଓନା ଚାନା। ବିଶ୍ୱର ଅନ୍ୟତବ ସର୍ବବୃହତ ପରିବାର ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ୩୮ ଜଣ ପତ୍ନୀ, ୮୯ ଜଣ ପୁଅ ଝିଅ ଏବଂ ୩୩ ଜଣ ନାତି ନାତୁଣୀ ଏବଂ କିଛି ଅଣ ନାତି ନାତୁଣୀ ମଧ୍ୟ ଅଛନ୍ତି। ତଥାପି ପରିବାର ସଂଖ୍ୟା ବୃଦ୍ଧି କରିବା ନିଶାରୁ ସେ ଓହରି ନଥିଲେ। ଦୁର୍ଭାଗ୍ୟକୁ ୭୬ ବର୍ଷ ବୟସରେ ରବିବାର ଦିନ ତାଙ୍କର ପରଲୋକ ଘଟିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟ୍ୱିଟ୍‍ କରି ଜିଓନାଙ୍କ ମୃତ୍ୟୁଖବର ଜଣାଇଛନ୍ତି।
ଜିଓନା ଥିଲେ ମିଜୋରାମ ରାଜଧାନୀ ଆଇଜଲଠାରୁ ୧୦୦ କିଲୋମିଟର ଦକ୍ଷିଣକୁ ଅବସ୍ଥିତ ବାକତ୍ୱାଙ୍ଗ ଗ୍ରାମର ବାସିନ୍ଦା। ୧୯୪୫ ଜୁଲାଇ ୨୧ରେ ତାଙ୍କର ଜନ୍ମ ହୋଇଥିଲା। ୧୭ ବର୍ଷ ବୟସରେ ସେ ପ୍ରଥମ ପତ୍ନୀ ଜାଥିଆଙ୍ଗିଙ୍କୁ ବିବାହ କରିଥିଲେ, ଯିଏ ଜିଓନାଙ୍କ ଠାରୁ ବୟସରେ ତିନିବର୍ଷ ବଡ ଥିଲେ। ପରେ ସେ ଜଣକ ପରେ ଜଣକୁ ବିବାହ କରିଚାଲିଲେ ଏବଂ ତାଙ୍କ ପରିବାର ସଂଖ୍ୟା ବଢିଚାଲିଲା। ପରିବାରର ସମସ୍ତ ସଦସ୍ୟଙ୍କୁ ଏକତ୍ର ଗୋଟିଏ ସ୍ଥାନରେ ରଖିବାକୁ ସେ ଏକ ଚାରିମହଲା କୋଠା ମଧ୍ୟ ତିଆରି କରିଥିଲେ। ତାଙ୍କ ଘରର ନାମ ‘ଛୁଆନ୍‍ ଥାର ରନ୍‍’, ଅର୍ଥାତ ନୂଆ ପିଢିଙ୍କ ଘର ଏବଂ ଏହା ମିଜୋରାମର ପାର୍ବତ୍ୟାଞ୍ଚଳ ବାକତ୍ୱାଙ୍ଗ ଗ୍ରାମରେ ଅବସ୍ଥିତ। ଜିଓନା ଯେଉଁ ଧାର୍ମିକ ସମୁଦାୟର ଥିଲେ ଉକ୍ତ ସମୁଦାୟର ଆଉ ପ୍ରାୟ ୪୦୦ ଲୋକ ଅଛନ୍ତି। ଏକଦା ଜିଓନା କହିଥିଲେ, ସେ ତାଙ୍କ ଧାର୍ମିକ ସମୁଦାୟ ଲୋକସଂଖ୍ୟା ବୃଦ୍ଧି କରିବାକୁ ଜଣକ ପରେ ଜଣକୁ ବିବାହ କରିଚାଲିବେ ଏବଂ ଦରକାର ପଡିଲେ ଆମେରିକା ଯାଇ ମଧ୍ୟ ବିବାହ କରିବେ। ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ତାଙ୍କର ଜଣେ ପୁଅ କହିଥିଲେ, ଚାନାଙ୍କ ଜେଜେ ବାପା ମଧ୍ୟ ଏକାଧିକ ଯୁବତୀଙ୍କୁ ବିବାହ କରିଥିଲେ। ସେ ତାଙ୍କ ଗ୍ରାମର ଦରିଦ୍ର ମହିଳାମାନଙ୍କୁ ବିବାହ କରୁଥିଲେ, କାରଣ ସେମାନଙ୍କୁ ସେ ଦୁଇ ଓଳି ପେଟପୁରା ଖାଇବାକୁ ଦେଇପାରିବେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories