www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ୱରେ ସବୁଠୁ ଲମ୍ବା ଆଖିପତାର କେଶ

ବେଜିଂ: ବିଶ୍ୱର ସବୁଠାରୁ ଲମ୍ବା ଆଖିପତା କେଶରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଚୀନର ଜଣେ ମହିଳା। କେବଳ ସେତିକି ନୁହେଁ, ସେ ଏ କ୍ଷେତ୍ରରେ ନିଜର ପୂର୍ବ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଗିନିଜ ୱାର୍ଲଡ ରେକର୍ଡସ ପକ୍ଷରୁ କରାଯାଇଥିବା ବ୍ଲଗ୍‍ ପୋଷ୍ଟରୁ ଜଣାଯାଇଛି ଯେ ୟୁ ଜିଆନଜିଆ ନାମକ ଏହି ମହିଳାଙ୍କ ଆଖିପତା କେଶର ଲମ୍ବ ୮ ଇଞ୍ଚ। ଏହା ସଂପ୍ରତି ବିଶ୍ୱର ସବୁଠାରୁ ଲମ୍ବା ଆଖିପତା କେଶ। ୨୦୧୬ରୁ ସେ ଏହି ରେକର୍ଡର ହାସଲ କରିଛନ୍ତି। ସେତେବେଳେ ମଧ୍ୟ ସେ ବିଶ୍ୱର ସବୁଠାରୁ ଲମ୍ବା ଆଖିପତା କେଶ ରେକର୍ଡ ଧାରଣ କରିଥିଲେ। ୨୦୧୬ରେ ତାଙ୍କ ଆଖିପତା କେଶର ଲମ୍ବା ୪.୮ ଇଞ୍ଚ ଥିଲା। ପାଞ୍ଚବର୍ଷ ପରେ ସେ ତାଙ୍କ ନିଜ ରେକର୍ଡକୁ ଭାଙ୍ଗିଛନ୍ତି। ତାଙ୍କ ସମ୍ପର୍କରେ ଗିନିଜ ୱାର୍ଲଡ ରେକର୍ଡସର ଏକ ଭିଡିଓ ଇନଷ୍ଟାଗ୍ରାମ ପେଜ୍‍ ରେ ପ୍ରସାରିତ ହେବାପରେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି।
ଜିଆନଜିଆଙ୍କ କହିବା ଅନୁଯାୟୀ ୨୦୧୫ରେ ସେ ପ୍ରଥମେ ଲକ୍ଷ୍ୟ କରିଥିଲେ ଯେ ତାଙ୍କ ଆଖିପତାର କେଶ ଲମ୍ବା ହେବାରେ ଲାଗିଛି। ସେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡିଲେ, କିନ୍ତୁ ଡାକ୍ତର କିଛି ସମାଧାନ ଉପାୟ କହିପାରିଲେ ନାହିଁ। ଜିଆନଜିଆ ତାଙ୍କ ପରିବାରରେ ପୂର୍ବରୁ କାହାର ଏଭଳି ହୋଇଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ଜାଣିବାକୁ ଚେଷ୍ଟାକଲେ। କିନ୍ତୁ ତାହା ଜଣାପଡିଲା ନାହିଁ। ଶେଷରେ ସେ ନିଷ୍ପତ୍ତି ନେଲେ ଆଉ ଆଖିପତାର କେଶକୁ କାଟି ଛୋଟ କରିବେ ନାହିଁ। ସେବେଠାରୁ ତାହା ବଢିଚାଲିଛି। ଏହା ତାଙ୍କପାଇଁ କିଛି ସମସ୍ୟା ସୃଷ୍ଟି କରୁନାହିଁ, ବରଂ ଆଖିପତାରେ ଲମ୍ବା କେଶକୁ ନେଇ ସେ ଖୁସି ଅଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories