www.samajalive.in
Saturday, December 13, 2025
26.1 C
Bhubaneswar

ମାଟିକୋଟରୁ ୯ ସଂକ୍ରମିତ ଜିମସାର ସ୍ଥାନାନ୍ତର

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ମାଟିକୋଟ ଗ୍ରାମରେ ୧୫ଜଣ ସଂକ୍ରମିତ ବାହାରିବା ପରେ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରବିବାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ସେଠାରେ ଘରକୁ ଘର ବୁଲି ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଆବଶ୍ୟକୀୟ ଔଷଧ ବିତରଣ କରାଯାଇଥିଲା। ଡାକ୍ତର ଦୀପକ ରାଜଙ୍କ ନେତୃତ୍ୱରେ ଯାଇଥିବା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳର ସ୍ୱାସ୍ଥ୍ୟ ପରିଦର୍ଶକ ଶୁଭେନ୍ଦୁ ସେନାପତି, ସେବିକା ପ୍ରିୟଦର୍ଶିନୀ ସାହୁ, ସରପଞ୍ଚଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ଖଟୁଆଙ୍କ ସମେତ ଆଶାକର୍ମୀ ଉକ୍ତ ଗ୍ରାମର ପ୍ରତ୍ୟେକ ସଂକ୍ରମିତଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ସଂକ୍ରମିତଙ୍କ ମଧ୍ୟରୁ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଖରାପ ଥିବା ଏବଂ ପୃଥକବାସରେ ରହିବା ପାଇଁ ସୁବିଧା ନଥିବା ୯ଜଣଙ୍କୁ ମାଧବପୁରସ୍ଥିତ ଜିମସାର କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ଲାଗି ପଦକ୍ଷେପ ନେଇଥିଲେ। ଆସନ୍ତା ୨-୩ଦିନ ମଧ୍ୟରେ ମାଟିକୋଟ ଗ୍ରାମରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ଡାକ୍ତର ରାଜ୍‍ ପ୍ରକାଶ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories