www.samajalive.in
Saturday, December 13, 2025
21.1 C
Bhubaneswar

ଡେଲଟା ଭାରିଆଣ୍ଟ ଦୁଇମାସରେ ରୂପ ବଦଳାଇବ

ହାଇଦରାବାଦ: ଭାରତରେ ଦେଖାଯାଉଥିବା କୋଭିଡ-୧୯ ଭୂତାଣୁ ଡେଲଟା ଭାରିଆଣ୍ଟ ଆଗାମୀ ଦୁଇମାସ ମଧ୍ୟରେ ତାହାର ରୂପ ବଦଳାଇବ। ତାହାର ମୁକାବିଲା କରିବା ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ପାଇଁ ଦେଶରେ ସେରୋସର୍ଭେ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (ସିସିଏମବି)ର ପରାମର୍ଶଦାତା ଡା.ରାକେଶ ମିଶ୍ର। ଶନିବାର ସେ କହିଛନ୍ତି, ସେରୋସର୍ଭେ କରାଗଲେ ତାହା ଆମକୁ ସଂକ୍ରମଣ ହାର ଏବଂ କେତେ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋିଛି ଏବଂ ଆମେ ହର୍ଡ ଇମ୍ୟୁନିଟି ଠାରୁ କେତେ ଦୂରରେ ରହିଛୁ, ତାହା ଜାଣିବାରେ ସହାୟକ ହେବ। ତାହାସହିତ ଦେଶର କେଉଁ ଭାଗରେ କମ୍‍ ସଂକ୍ରମଣ ହାର ରହିଛି ତାହା ମଧ୍ୟ ଜଣାପଡିବ।
ଆଗାମୀ ଦୁଇମାସ ମଧ୍ୟରେ ଡେଲଟା ଭାରିଆଣ୍ଟ ତାହାର ରୂପ ବଦଳାଇବ ବୋଲି ପ୍ରକାଶ କରି ଡା. ମିଶ୍ର କହିଛନ୍ତି, କରୋନା ଭୂତାଣୁ ଉହାନ ଲାବୋରେଟୋରୀରୁ ଲିକ୍‍ ହୋଇଥିବା ଯାହା କୁହାଯାଉଛି ତାହା ହୁଏତ ଠିକ୍‍ ହୋଇନପାରେ। ବରଂ ଏହା ବାଦୁଡି ଶରୀରରୁ ମଣିଷ ଶରୀରକୁ ଆସିଥିବା ଅଧିକ ସମ୍ଭାବନା ରହିଛି। ଏହା ମଣିଷ ଶରୀରରେ କିଛିକାଳ ରହିବା ପରେ କୋଭିଡ-୧୯ ମାନ୍ୟତା ହାସଲ କରିଛି। ତାହାର କାରଣ ହେଉଛି ବାଦୁଡିକୁ ଏହି ଭୂତାଣୁର ନିକଟତମ ସଂପର୍କୀୟ ଭାବରେ ବିବେଚନା କରାଯାଉଛି। ଜେନେଟିକ ଦୃଷ୍ଟିକୋଣରୁ ଏହି ଭୂତାଣୁର ବାଦୁଡି ସହିତ ୯୬% ସାମଞ୍ଜସ୍ୟ ରହିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories