www.samajalive.in
Friday, December 12, 2025
26.1 C
Bhubaneswar

ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧାଙ୍କୁ ଅଗ୍ରାଧିକାର ଭିତ୍ତିରେ ଦ୍ବିତୀୟ ପାନ ଟିକା ଦିଅ

ନୂଆଦିଲ୍ଲୀ: କରୋନା ଟିକାକରଣ ଅଭିଯାନର ଅଗ୍ରଗତି ସମ୍ପର୍କରେ କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ସହିତ ସମୀକ୍ଷା କରିଛନ୍ତି। ଟିକାକରଣର ନୂଆ ମାର୍ଗଦର୍ଶିକା ଜାରି ହେବା ପରେ ଜାତୀୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ କର୍ମଚାରୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଅଗ୍ରାଧିକାର ଭିତ୍ତିରେ ଦ୍ବିତୀୟ ପାନ ଟିକା ଦେବାକୁ କୁହାଯାଇଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ବିତୀୟ ପାନ ଟିକାକରଣ ବିଶେଷ ଅଗ୍ରଗତି ହୋଇପାରି ନଥିବାରୁ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ ସଚିବ କହିଥିଲେ ଯେ ସ୍ବାସ୍ଥ୍ୟ କର୍ମଚାରୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ମହାମାରୀରୁ ସମ୍ପୂର୍ଣ୍ଣ ସୁରକ୍ଷା କରାଗଲେ ଆମେ ସାମଗ୍ରୀକ ଭାବେ ମହାମାରୀକୁ ରୋକି ପାରିବା।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories