www.samajalive.in
Monday, December 8, 2025
24.1 C
Bhubaneswar

ଆମେରିକା ଲାବୋରେଟୋରୀ ରିପୋର୍ଟ; ଉହାନରୁ ଲିକ୍‍ ହୋଇଥାଇପାରେ କୋଭିଡ-୧୯ ଭୂତାଣୁ

ୱାଶିଂଟନ: କୋଭିଡ-୧୯ ଭୂତାଣୁ ସଂକ୍ରମଣ କେଉଁଠାରୁ ବ୍ୟାପିଲା ତାହାର ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ତଦନ୍ତକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେବାର କିଛିଦିନ ପରେ ଏବେ ସେ ସମ୍ପର୍କିତ ଏକ ରିପୋର୍ଟ ସାମନାକୁ ଆସିଛି। ଆମେରିକାର ସରକାରୀ ଜାତୀୟ ଲାବୋରେଟୋରୀ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ ଚୀନର ଉହାନ ଲାବୋରେଟୋରୀରୁ କୋଭିଡ-୧୯ ଭୂତାଣୁ ଲିକ୍‍ ହୋଇଥିବା ସମ୍ଭାବନା ଅଧିକ ଯୁକ୍ତିଯୁକ୍ତ ମନେହେଉଛି। କାଲିଫର୍ଣ୍ଣିଆର ଲରେନ୍ସ ଲାଇଭମୋର ନ୍ୟାସନାଲ ଲାବୋରେଟୋରୀ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା ଦର୍ଶାଯାଇଛି। ଅନ୍ୟପକ୍ଷରେ ଆମେରିକାର ତଦନ୍ତକାରୀ ସଂସ୍ଥାଗୁଡିକ ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବା ପାଇଁ ସେମାନଙ୍କର ତଦନ୍ତ ଜାରି ରଖିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories