www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷାରେ ବେହାଲ ମୁମ୍ବଇ ; ଭୁଷୁଡିଲା କୋଠା ; ୧୧ ମୃତ

ମୁମ୍ବଇ : ବର୍ଷାରେ ବେହାଲ ଦେଶର ଆର୍ଥିକ ରାଜଧାନୀ ମୁମ୍ବଇ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ପାଣି ଜମି ରହିଥିବା ବେଳେ ମୁମ୍ବଇର ମଲାଡ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ୪ ମହଲା କୋଠା ଭୁଷୁଡି ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ଏହାସହ ଅନେକ ଲୋକ ଏବେ ମଧ୍ୟ କୋଠା ତଳେ ଦବି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ,ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୮ ଶିଶୁ ଓ ୩ ବୟସ୍କଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ବିଏମସି କହିବା ଅନୁଯାୟୀ, ଏହି ଭୁଷୁଡି ଥିବା କୋଠା ନିକଟରେ ଆଉ ଏକ କୋଠା ମଧ୍ୟ ଧସି ହୋଇ ରହିଛି। ତାହା ସମ୍ପୂର୍ଣ୍ଣ ଧସି ନଥିଲେ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ସେଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories