www.samajalive.in
Tuesday, December 9, 2025
17.1 C
Bhubaneswar

ରେକର୍ଡ ୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ଋତୁରେ ଆରମ୍ଭ ହୋଇଥିବା ବିପଣନ ଋତୁରେ ସରକାର ଏପର୍ଯ୍ୟନ୍ତ ରେକର୍ଡ ପରିମାଣ ୪୧୮.୪୭ ଲକ୍ଷ ଟନ୍‍ ଗହମ ଖରିଦ କରିଛନ୍ତି। ବୁଧବାର ଦିନ ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୁହାଯାଇଛି ଯେ ଗହମ କ୍ରୟ ବାବଦରେ ସରକାର ୮୧,୬୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଦିଲ୍ଲୀ ସୀମାନ୍ତରେ କୃଷକଙ୍କ ଆନ୍ଦୋଳନ ଗତବର୍ଷ ନଭେମ୍ବରରୁ ଚାଲିଥିବା ସତ୍ତେ୍ୱ ଏତେ ପରିମାଣ ଗହମ କିଣିବା ସମ୍ଭବ ହୋଇପାରିଛି। ସରକାରୀ ସୂତ୍ରରୁ କୁହାଯାଇଛି ଯେ ୨୦୨୧-୨୨ କୃଷି ବିପଣନ ଋତୁରେ ଗହମ କିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ବିଶେଷକରି ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଆଦି ରାଜ୍ୟରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଗହମ କିଣାଯାଉଛି। ଚଳିତ ଜୁନ୍‍ ମାସ ୮ ତାରିଖ ସୁଦ୍ଧା ସରକାର ୪୧୮.୪୭ ଲକ୍ଷ ଟନ୍‍ ଗହମ କିଣିସାରିଛନ୍ତି। ଗତବର୍ଷ ଏହି ସବମୟରେ ମୋଟ ୩୭୩,୨୨ ଲକ୍ଷ ଟନ୍‍ ଗହମ କିଣାଯାଇଥିଲା। ସର୍ବନିମ୍ନ ସହାୟକ ମୂଲ୍ୟଦେଇ ଗହମ କିଣାଯିବା ଦ୍ୱାରା ପ୍ର୍ରାୟ ୪୬ ଲକ୍ଷ ଚାଷୀ ଉପକୃତ ହୋଇପାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories