www.samajalive.in
Saturday, December 6, 2025
19.1 C
Bhubaneswar

ସାତବର୍ଷ କାରାଦଣ୍ଡ ଭୋଗିବେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ

ନୂଆଦିଲ୍ଲୀ: ଭାରତକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଏବଂ ଅହିଂସାର ପୂଜାରୀ ଭାବରେ ପରିଚିତ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ବିଲୋପ ପାଇଁ ମଧ୍ୟ ଲଢେଇ କରିଥିଲେ। ଏବେ ତାଙ୍କ ଅଣନାତୁଣୀ ସେହି ଦକ୍ଷିଣ ଆଫ୍ରିକାରେ ଜାଲିଆତି ଓ ଠକେଇ ଅଭିଯୋଗରେ ସାତବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଗାନ୍ଧିଜୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନ ୬ ନିୟୁତ ର୍ୟାଣ୍ଡ୍‍ ଜାଲିଆତି ଓ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନସ୍ଥିତ ଏକ ଅଦାଲତ ଚଳିତ ଜୁନ୍‍ ୭ ତାରିଖ ଦିନ ସାତବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଇଣ୍ଟରନ୍ୟାସନାଲ ସେଣ୍ଟର ଫର ନନ୍‍ ଭାଓଲେନ୍ସ ଏନଜିଓରେ ପାର୍ଟିସିପେଟିଭ ଡେଭଲପମେଣ୍ଟ ଇନିସିଏଟିଭରେ ରାମଗୋବିନ ପ୍ରତିଷ୍ଠାତା ଏବଂ ନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।
ସୂଚନାଯୋଗ୍ୟ ଯେ ୫୬ ବର୍ଷ ବୟସ୍କା ରାମଗୋବିନ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ଝିଅ ତଥା ଜଣେ ବିଶିଷ୍ଟ ମାନବାଧିକାର କର୍ମୀ ଇଲା ଗାନ୍ଧୀ ଏବଂ ସ୍ୱର୍ଗତ ମେୱା ରାମଗୋବିନ୍ଦଙ୍କ କନ୍ୟା। ଜଣେ ବ୍ୟବସାୟୀ ଏସ ଆର ମହାରାଜଙ୍କ ନିକଟରୁ ସେ ୬.୨ ନିୟୁତ ର୍ୟାଣ୍ଡ୍‍ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ପ୍ରୋସିକ୍ୟୁଟିଂ ଅଥରିଟି (ଏନପିଏ)ର ବ୍ରିଗେଡିଅର ହାଙ୍ଗୱାନି ମୁଲାଉଜିଙ୍କ କହିବା ଅନୁଯାୟୀ ଲତା ରାମଗୋବିନ କିଛି ଜାଲ୍‍ ଇନଭଏସ ଏବଂ କାଗଜପତ୍ର ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଭାରତରୁ ତିନିଟି କଣ୍ଟେନର ଲିନେନ୍‍ ଆମଦାନୀ କରାଯାଇଥିବା ଉଲ୍ଲେଖ କରାଯାଇଥିଲା। ଏହାପରେ ଉକ୍ତ ଜାଲ୍‍ କାଗଜପତ୍ରକୁ ଦେଖାଇ ସେ ଆର୍ଥିକ ଜଟିଳ ପରିସ୍ଥିତିରେ ରହିଥିବା ଏବଂ ଆମଦାନୀ ବାବଦ ଖର୍ଚ୍ଚ ଏବଂ ସୀମା ଶୁଳ୍କ ପୈଠ କରିବା ପାଇଁ ଅର୍ଥ ଆବଶ୍ୟକ କରୁଥିବା କହିଥିଲେ। ଏହାପରେ ସେ ଶ୍ରୀ ମହାରାଜଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ଉକ୍ତ କାଗଜପତ୍ର ଦେଖାଇ ତାଙ୍କଠାରୁ ୬.୨ ନିୟୁତ ର୍ୟାଣ୍ଡ୍‍ ଅଗ୍ରୀମ ଆକାରରେ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଦ୍ୱାରା ପ୍ରସ୍ତୁତ କାଗଜପତ୍ର ସଂପୂର୍ଣ୍ଣ ମିଛ ଏବଂ ଉକ୍ତ ଅର୍ଥ ସେ ଠକେଇ କରିଥିବା ଜଣାପଡିବା ପରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories