www.samajalive.in
Sunday, December 14, 2025
19.1 C
Bhubaneswar

ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଅସମର୍ଥ ହ୍ୱାଟ୍ସଆପ୍‍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଚାରିତ ଗୁଜବ, ମିଥ୍ୟା ଖବର ଉପରେ ଅଙ୍କୁଶ ଲଗାଇବାକୁ ହ୍ୱାଟ୍ସଆପ ଅସମର୍ଥ ବୋଲି ସରକାରଙ୍କୁ ଜଣାଇଛି। ଭାରତ ସରକାରଙ୍କ ଆଇନ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଜାରି ନିର୍ଦେଶରେ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ମୂଳ ବ୍ୟକ୍ତିଙ୍କୁ ଠାବ କରିବାକୁ ଫେସବୁକ ଓ ହ୍ୱାଟ୍ସଆପକୁ କୁହାଯାଇଥିଲା। ଏଥିପାଇଁ ହ୍ୱାଟ୍ସଆପକୁ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦେଶ ଦେଇଥିଲେ। କିନ୍ତୁ ସରକାରଙ୍କ ଏଭଳି ନିର୍ଦେଶ ପାଳନ କରିବାରେ ହ୍ୱାଟ୍ସଆପ୍‍ ଅସମର୍ଥ ବୋଲି କହିଛି। ଅପପ୍ରଚାର କରୁଥିବା ମୂଳ ବ୍ୟକ୍ତିଙ୍କୁ ଠାବ କରିବାକୁ ହେଲେ ହ୍ୱାଟ୍ସଆପର ସୁରକ୍ଷା କବଚ ନଷ୍ଟ ହୋଇଯିବ। ପିଅର ଟୁ ପିଅର ମ୍ୟାସେଜିଂ ସିଷ୍ଟମ୍‍ ଦ୍ୱାରା ପରିଚାଳିତ ହ୍ୱାଟ୍ସଆପ୍‍ ଖୁବ୍‍ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ôଚ ପାରିଛି। ଭାରତରେ ଯୁବବର୍ଗ ସମେତ ସରକାରୀ ଓ ବେସରକାରୀ କମ୍ପାନୀ ମଧ୍ୟ ଏହି ଆପ୍‍ ଦ୍ୱାରା ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟାବଳୀକୁ ଆଦାନ ପ୍ରଦାନ କରୁଛନ୍ତି। ଏଭଳି କ୍ଷେତ୍ରରେ ହ୍ୱାଟ୍ସଆପ୍‍ ମେସେଜିଂ ପ୍ରକ୍ରିୟାକୁ ନିରୀକ୍ଷଣ କରିବାକୁ ହେଲେ ଆପର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇ ପଡ଼ିବ ବୋଲି ହ୍ୱାଟ୍ସଆପ ସ୍ପଷ୍ଟ କରିଛି। ତେଣୁ କେବଳ ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଲେ ଏଭଳି ଗୁଜବ ଓ ଅପପ୍ରଚାରକୁ ଏଡ଼ାଇ ଦିଆଯାଇ ପାରିବ।
ଚଳିତ ସପ୍ତାହରେ ହ୍ୱାଟ୍ସଆପ ମୁଖ୍ୟ ଅଧିକାରୀ ଚେରିସ ଡାନିଏଲଙ୍କ ସହ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଖୁବ୍‍ ଶୀଘ୍ର ହ୍ୱାଟ୍ସଆପ ଦ୍ୱାରା ଭାରତରେ ଏକ କର୍ପୋରେଟର କାର୍ଯ୍ୟାଳୟ ପ୍ରତିଷ୍ଠା ହେବ ଏବଂ ଭାରତୀୟ ଆଇନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବା ସହ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭାରତ ସରକାରଙ୍କ ପକ୍ଷରୁ ଦାବି କରାଯାଇ ଥିବା ମୂଳ ପ୍ରସଙ୍ଗକୁ ହ୍ୱାଟ୍ସଆପ କମ୍ପାନୀ ଅଗ୍ରାହ୍ୟ କରି ଦେଇଛି। ଏହା ପରିବର୍ତ୍ତେ ଭାରତରେ ଏକ ଟିମ ଗଠନ କରି ଗୁଜବ ଓ ଅପପ୍ରଚାରକୁ ରୋକିବା ପାଇଁ ସଚେତନତା ସୃଷ୍ଟି ଉପରେ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories