www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁର ଦେଇ ଗଡ଼ିଲା ରାଜଧାନୀ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ /ବନେଶ୍ୱର : ବହୁପ୍ରତିକ୍ଷୀତ  ନୂଆଦିଲ୍ଲୀ-ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ସମ୍ବଲପୁର, ଅନୁଗୋଳ ଦେଇ ଚଳାଚଳ ଆରମ୍ଭ କରିଛି।   ନୂଆଦିଲ୍ଲୀ ସ୍ଥିତ ରେଳବାଇ ବୋର୍ଡ କାର୍ଯ୍ୟାଳୟରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଓ  ରେଳରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା ଏହି ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଏହି ଟ୍ରେନ ଚଳାଚଳ କରିବା ଦ୍ବାରା ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି ।

ଅପରପକ୍ଷେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଠାରେ ଆୟୋଜିତ ସଭାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପରିବହନ ମନ୍ତ୍ରୀ ଡ଼ା ନୃସିଂହ ଚରଣ ସାହୁ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱରର ବିଧାୟକ ଦ୍ୱୟ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ନୂଆ ସମୟ ସାରଣୀ ଅନୁସାରେ ୧୦ ତାରିଖରୁ ଟ୍ରେନ ନଂ୨୦୮୧୭ ଭୁବନେଶ୍ୱର-ନୂଆଦିଲ୍ଲୀ ଭାୟା ଅନୁଗୋଳ, ସମ୍ବଲପୁର ରାଜଧାନୀ ଏକ୍ସପ୍ରେସ୍‌ ପ୍ରତି ଶନିବାର ସକାଳ ୭.୧୦ ସମୟରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୧୦.୪୦ ସମୟରେ ନୂଆଦିଲ୍ଲୀରେ ପହଞ୍ଚିବ।

ସେହିପରି ଟ୍ରେନ ନଂ୨୦୮୧୮ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ଭାୟା ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ ୧୧ ତାରିଖ ଠାରୁ ପ୍ରତି ରବିବାର ଅପରାହ୍ନ ୫ଟା ୫ମି. ସମୟରେ ନୂଆଦିଲ୍ଲୀରୁ ବାହାରି ପରଦିନ ସଂଧ୍ୟା ୮.୩୫ ସମୟରେ ଭୁବନେଶ୍ୱରରେ ପହଞ୍ଚିବ। ଯାତ୍ରା ସମୟରେ ଏହି ଟ୍ରେନ୍‌ ଅନୁଗୋଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ରାଉରକେଲା, ଚକ୍ରଧରପୁର, ଅନାରା, ଏନ୍‌ଏସ୍‌ସି ଗୋମ, କୋର୍ଦେମା, ଗୟା, ମୁଗଲସରାଇ, କାନପୁର ଆଦି ଷ୍ଟେସନ୍‌ରେ ରହଣି କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories