www.samajalive.in
Sunday, December 14, 2025
26.1 C
Bhubaneswar

ନୀଳଗିରିରେ ଛେଳି ଚରାଳିଙ୍କୁ ଗୁଳିମାଡ଼

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଜଣେ ଛେଳି ଚରାଳିକୁ ଗୁଳିମାଡ଼ ହୋଇଛି। ଗୋଟିଏ ଗୁଳି ନାବାଳକର କାନ୍ଧରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳି ତାଙ୍କ ବେକ ପାରି ହୋଇ ଯାଇଥିବା ଜଣାପଡ଼ିଛି। ସେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବରହମପୁର ଥାନା ଅଧୀନ କଳାକାଦ ନିକଟସ୍ଥ ଚେକାମରା ଗାଁର ସ୍ୱର୍ଗତଃ ରାମଶଙ୍କର ସିଂଙ୍କ ପୁଅ ରବୀନ୍ଦ୍ର (୧୭) ସୋମବାର ଗାଁ ନିକଟରେ ଛେଳି ଚରାଉଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିବା ଯୋଗୁ ଗୋଟିଏ ଗୁଳି ତାଙ୍କ ବେକରେ ବାଜି ପାରି ହୋଇ ଯାଇଥିଲା ଏବଂ ଅନ୍ୟ ଏକ ଗୁଳି ଦକ୍ଷିଣ ପାର୍ଶ୍ବ କାନ୍ଧରେ ବାଜିଥିଲା। ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ହୋଇ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନୀଳଗିରି ଓ ସଙ୍ଗେ ସଙ୍ଗେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।  ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ କିଏ ଗୁଳି ମାରିଛି, ସେ ସମ୍ପର୍କରେ ବରହମପୁର ଥାନା ଅଧିକାରୀ ରବିନାରାୟଣ ଭୂୟାଁ ତଦନ୍ତ କରୁଛନ୍ତି। ଉକ୍ତ ଅଞ୍ଚଳଟି କୁଲଡିହା ଅଭୟାରଣ୍ୟର ପାଦଦେଶ ଅଞ୍ଚଳ ହୋଇଥିବା ଯୋଗୁ ଜନ୍ତୁ ମାରିବା ଉଦେଶ୍ୟରେ ଅଭ୍ୟାସ କରୁଥିବା ବେଳେ କେହି ଶିକାରୀ ଏଭଳି କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories