www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ବିଟରକୁ ଚୂଡାନ୍ତ ନୋଟିସ, ନୂଆ ନିୟମ ମାନିବାକୁ ବାଧ୍ୟ

ନୂଆଦିଲ୍ଲୀ: ନୂଆ ସୂଚନା ପ୍ରଯୁକ୍ତି ନିୟମ ୨୦୨୧କୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଟ୍ବିଟରକୁ ଶନିବାର ଚୂଡାନ୍ତ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ ପରେ ଯଦି ନୂଆ ନିୟମକୁ କାର୍ଯ୍ୟକାରୀ କରା ନଯାଏ ତେବେ ଟ୍ବିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ନୋଟିସରେ ଚେତାଇ ଦେଇଛନ୍ତି। ନୂଆ ନିୟମ ଅନୁଯାୟୀ ସାମାଜିକ ଗଣମାଧ୍ୟମଗୁଡିକ ଜଣେ ମୁଖ୍ୟ ଅଭିଯୋଗ ଶୁଣାଣି ଅଧିକାରୀ ନିଯୁକ୍ତି ଦେବା ବାଧ୍ୟତାମୂଳକ। ଯିଏ କି ଅଭିଯୋଗଗୁଡିକ ଶୁଣାଣି କରି ସମାଧାନ କରିବେ। ଟ୍ବିଟର ବର୍ତ୍ତମାନ ସୁଦ୍ଧା ଏପରି ଅଧିକାରୀ ନିଯୁକ୍ତି ଦେଇ ନାହିଁ। ଫେବୃଆରୀ ୨୫ ତାରିଖରେ ପ୍ରସ୍ତୁତ ହୋଇଥିବା ନୂଆ ଆଇଟି ନିୟମ ଅନୁଯାୟୀ, ଯେଉଁ ସାମାଜିକ ଗଣମାଧ୍ୟମ ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବେ ସେମାନଙ୍କୁ ଅଭିଯୋଗ ଶୁଣାଣି ପାଇଁ ଭାରତରେ ନିଜସ୍ବ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତି କରିବାକୁ ହେବ। ଯାହାଫଳରେ କି ବ୍ୟବହାରକାରୀ ମାନେ ସିଧାସଳଖ ନିଜର ଅଭିଯୋଗ ଦାଖଲ କରିପାରିବେ। ଏଥିପାଇଁ ସଂପୃକ୍ତ ସଂସ୍ଥାମାନଙ୍କୁ ୩ ମାସ ସମୟ ମଧ୍ୟ ଦେଇଥିଲେ। ଏହି ସମୟ ମେ ୨୫ ତାରିଖରେ ଶେଷ ହୋଇଛି। ଗତ ସପ୍ତାହରେ ଟ୍ବିଟର ପକ୍ଷରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ କୁହାଯାଇଥିଲା ଯେ, ମେ ୨୮ ତାରିଖରେ ଭାରତରେ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଥମ ଥର ପାଇଁ ମେ ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ବିଟରକୁ ନୋଟିସ ପଠାଯାଇଥିଲା। ଏହାପରେ ମେ ୨୮ ଏବଂ ଜୁନ ୨ ତାରିଖରେ ମଧ୍ୟ ଟ୍ବିଟରକୁ ନୋଟିସ ଜାରି ଜରାଯାଇଥିଲା। ଏବେ ପୁଣି ଥରେ ଶନିବାର ନୋଟିସ ଜାରି କରାଯାଇଛି।

ଅପରପକ୍ଷରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୋହନ ଭାଗବତଙ୍କ ଟ୍ବିଟର ଆକାଉଣ୍ଟର ନୀଳ ଟିକ୍‌କୁ ହଟାଇ ବିବାଦରେ ପଡିଛି ସାମାଜିକ ଗଣମାଧ୍ୟମ ଟ୍ବିଟର। ଏହି ସାମାଜିକ ଗଣମାଧ୍ୟମ ସହିତ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଥିବାବେଳେ ଶନିବାର ଟ୍ବିଟରର ଏପରି କାର୍ଯ୍ୟ ବିବାଦକୁ ଆହୁରି ବଢାଇଛି। ତେବେ ବିବାଦ ଦେଖାଯିବାରୁ ଟ୍ବିଟର ଉଭୟ ନାଇଡୁ ଓ ଭାଗବତଙ୍କ ନୀଳ ଟିକ୍‌କୁ ପୁନଃସ୍ଥାପନ କରିଛି। କୌଣସି ଟ୍ବିଟର ଆକାଉଣ୍ଟ ଅସଲି ବୋଲି ‘ନୀଳ ଟିକ୍‌’ ସୂଚାଇଥାଏ। ‘ନୀଳ ଟିକ୍‌’ ପାଇବାକୁ ହେଲେ ଆକାଉଣ୍ଟ୍‌ ଅସଲି ହେବା ଦରକାର ଏବଂ ସକ୍ରିୟ ରହିଥିବା ଆବଶ୍ୟକ। ସରକାରୀ କମ୍ପାନୀ, ବିଭିନ୍ନ ସଂସ୍ଥା, ସାମ୍ବାଦିକ ଓ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କର ଆକାଉଣ୍ଟ୍‌ ସବୁକୁ ଟୁଇଟର୍‌ ନିୟମିତ ଯାଞ୍ଚ କରିଥାଏ। ଯେକୌଣସି ସମୟରେ ଏବଂ ବିନା ନୋଟିସ୍‌ରେ ‘ଟୁଇଟର୍‌’ ଯେକୌଣସି ‘ଟୁଇଟର୍‌ ଆକାଉଣ୍ଟ୍‌’ରୁ ଏହି ନୀଳ ଟିକ୍‌ ବା ‘ଭେରିଫାଏଡ୍‌ ବ୍ୟାଜ୍’ ପ୍ରତ୍ୟାହାର କରି ନେଇଥାଏ। ନୀଳ ଟିକ୍ ପ୍ରତ୍ୟାହାର ଦ୍ବାରା ଆକାଉଣ୍ଟଟି ଏକ ପ୍ରକାର ଅଚଳ ହୋଇଯାଇଥାଏ। ଆକାଉଣ୍ଟର ଅନୁଗାମୀମାନେ ଏଥିରୁ ଦୂରେଇ ରହିଥାନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories