www.samajalive.in
Wednesday, December 10, 2025
16.1 C
Bhubaneswar

ମୋହନାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଡ଼ିଓଙ୍କ ବିଭିନ୍ନ ସାହି ପରିଦର୍ଶନ

ମୋହନା : ଗଜପତି ଜିଲ୍ଲା ମୋହନା ପଞ୍ଚାୟତରେ ଦିନକୁ ଦିନ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି । ମୋହନା ପଞ୍ଚାୟତର ୮ଟି ୱାର୍ଡକୁ ପାଣି ମିଳିବାରେ ନାନା ଅସୁବିଧା ସୃଷ୍ଟି ହେଉଛି। ପାଣି ମୁନ୍ଦାଏ ପାଇଁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁ ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିବା ମୋହନା ବାସୀଙ୍କୁ ହତଚକିତ କରିଛି। ପ୍ରତ୍ୟେକ ଦିନ ପାଣିର ସମସ୍ୟା ଲାଗି ରହୁଥିବାରୁ ୧୦ ନମ୍ବର ୱ।ର୍ଡର ସାହି ବାସିନ୍ଦା ୱାର୍ଡ ମେମ୍ବରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପାନୀୟ ଜଳ ଦାୟିତ୍ୱରେ ରହିଥିବା ମହିଳା ସଂଘ ସହ ମଧ୍ୟ ପାନୀୟ ଜଳ ଯୋଗାଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ୧୦ ନମ୍ବର ୱାର୍ଡର ମହିଳା ନେତ୍ରୀ ଜୟନ୍ତୀ ପଟ୍ଟନାୟକ ସ୍ଥାନୀୟ ବିଡିଓଙ୍କୁ ପାନୀୟ ଜଳର ସମସ୍ୟା ନେଇ ଜଣାଇଥିଲେ। ଅଭିଯୋଗକୁ ଭିତ୍ତିକରି ବିଡିଓ ସାର୍ଥକ ସୌରଭ ମହାପାତ୍ର ପାତ୍ରସାହି, ମାଣିକେଶ୍ଵରୀ ସାହି, ଶିବ ମନ୍ଦିର ସାହି ପରିଦର୍ଶନ କରି ଶିବ ମନ୍ଦିର ନିକଟରେ ଥିବା ପାଣିଟାଙ୍କି ନିକଟକୁ ଯାଇ ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରି କିଭଳି ଜନସାଧାରଣଙ୍କୁ ପାନୀୟ ଜଳ ସୁବିଧାରେ ଯୋଗାଇ ଦିଆ ଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସମୟରେ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ (୧) ପ୍ରଦ୍ୟୁମ୍ନ ଖଣ୍ଡେଇ ଓ (୨) ପବିତ୍ର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର ହୋଇଯିବ ବୋଲି ବିଡିଓ ଶ୍ରୀ ମହାପାତ୍ର କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories