www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱାମୀଙ୍କର ପୂର୍ବ ପତ୍ନୀଙ୍କୁ କିଡନି ଦାନ କଲେ ମହିଳା

ଫୋର୍ଟ ଲର୍ଡେଲ, ଫ୍ଲୋରିଡା: ନିଜ ସ୍ୱାମୀଙ୍କର ଯଦି ଆଉ କେହି ମହିଳାଙ୍କ ସହିତ ସମ୍ପର୍କ ରହିଥାଏ ତେବେ ତାହାକୁ ନେଇ ଜଣେ ମହିଳା ଉଦ୍‍କ୍ଷିପ୍ତ ହେବା ସ୍ୱାଭାବିକ। ଏପରିକି ଏହା ସାଂଘାତିକ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥାଏ। କିନ୍ତୁ ଜଣେ ମହିଳା ତାଙ୍କ ସ୍ୱାମୀଙ୍କର ପୂର୍ବତନ ପତ୍ନୀଙ୍କୁ ନିଜର ଗୋଟିଏ କିଡନି ଦାନକରି ତାଙ୍କ ଜୀବନ ବଞ୍ଚାଇବା ଭଳି ଏକ ବିରଳ ଘଟଣା ଘଟିଛି।
ଜିମ୍‍ ଏବଂ ମିଲେନ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିନ୍ତୁ ଗତ ଦୁଇ ଦଶନ୍ଧି ହେଲା ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ତେବେ ସେମାନେ ମିଳିତ ଭାବରେ ପିଲାମାନଙ୍କର ଲାଳନ ପାଳନ କରୁôଥଲେ। ଇତିମଧ୍ୟରେ ଜିମ୍‍ ନାମକ ଉକ୍ତ ବ୍ୟକ୍ତିଙ୍କର ଡେବି-ନିଲଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଲା ଏବଂ ସେମାନେ ୧୦ ବର୍ଷ କାଳ ସମ୍ପର୍କରେ ରହିତବା ପରେ ଗତବର୍ଷ ନଭେମ୍ବର ୨୨ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ଜିମଙ୍କ ପୂର୍ବତନ ପତ୍ନୀ ୫୮ ବର୍ଷ ବୟସ୍କା ମିଲେନ ଦୀର୍ଘବର୍ଷ ଧରି କିଡନି ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ କିଡନି ମାତ୍ର ୮% କାର୍ଯ୍ୟ କରୁଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଶରୀରରେ କିଡନି ପ୍ରତିରୋପଣର ଜରୁରୀ ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହିଲେ। ମିଲେନଙ୍କ ଭାଇ କିଡନି ଦାନ କରିବାକୁ ଆଗେଇ ଆସିଥିଲେ ମଧ୍ୟ ତାହା ମେଳ ଖାଇନଥିଲା। ଶେଷରେ ଡେବି ନିଜର କିଡନି ଦାନ କରିବାକୁ କହିଲେ ଏବଂ ଡାକ୍ତରୀ ପରୀକ୍ଷା ପରେ ତାହା ମିଲେନଙ୍କ ସହିତ ମେଳ ଖାଇଥିଲା। ଡେବି କିଡନି ଦାନ କରି ମିଲେନଙ୍କ ଜୀବନ ବଞ୍ଚାଇଲେ। କିଡନି ଦାନ କରିବାର ଇଛା ତାଙ୍କ ହୃଦୟରେ ଜାତ ହୋଇଥିଲା ଏବଂ ଏହା ଭଗବାନଙ୍କ ଇଛା ବୋଲି କହିଛନ୍ତି ଡେବି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories