www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

-କୋଭିଡ ପ୍ରଭାବିତ ୨୦୨୧ ପରିବାରର ପିଲାଙ୍କ ଶିକ୍ଷାଦାନରେ ସହଯୋଗ କରିବେ କୋଟାର ଶିକ୍ଷକ

– ସ୍ୱର୍ଗତଃ ବିଜୟଶ୍ରୀ ରାଉତରାୟଙ୍କୁ ବିଜୁ ଜନତା ଦଳ ନେତୃମଣ୍ଡଳୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

- Advertisement -

-ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବେଢଛେଲୁ ଗାଁରେ ଏକ ଅଭାବନୀୟ ଘଟଣା ; ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

-ପୃଥିବୀ ଘୂର୍ଣ୍ଣନର ବେଗ ବଦଳୁଛି: ହେବ କି ବିପଦର କାରଣ?

-ଆଜି ଅର୍ଥାତ ଜୁନ୍‍ ୩ ତାରିଖରେ ବଲିଉଡ ସୁପରଷ୍ଟାର ଅମିତାଭ ବଚନ ଜୟା ଭାଦୁଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ସେମାନେ ୪୮ତମ ବିବାହ ବାର୍ଷିକୀ କରୁଛନ୍ତି ପାଳନ

– ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୯୪୮ ଏବଂ ସ୍ଥାନୀୟ ସଂକ୍ରମିତ ୩୮୯୧, ଦିନକରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ

-ଦେଶରେ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୩୪ ହଜାର ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୪,୪୧,୯୮୬କୁ ବୃଦ୍ଧି ପାଇଛି

-ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ମିଳିବ ତାଜା ସେଓ, କମଳା, ଲେମ୍ବୁ ଓ ପିଆଜ

-କୋଭିଡ ପ୍ରଭାବ: ୨ ମାସରେ ୧୫ ଲକ୍ଷ କୋଟି ଟଙ୍କା ବ୍ୟବସାୟିକ କ୍ଷତି

-ସୁରଟ ସହର ନିକଟ କାଠୋର ଗ୍ରାମରେ ଦୂଷିତ ପାଣି ପିଇ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୫୦ ଜଣ ଗୁରୁତର ଅସୁସ୍ଥ ହୋଇପଡିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

-ଦେଶରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସର୍ବୋଚ୍ଚ ଅଦାଲତଙ୍କ ସମାଲୋଚନା

– ଦେଶରେ ଯେତିକି ସଂଖ୍ୟାରେ କୋଭିଡ ଟିକାକରଣ କରାଯାଉଛି, ସେଥିମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ। କମ୍‍ ସଂଖ୍ୟକ ମହିଳା ଟିକା ନେବାକୁ ଆସୁଥିବା ଜଣାଯାଇଛି

-ଖେଳାଳିଙ୍କ ମାନସିକ ସୁସ୍ଥତା ନିହାତି ଆବଶ୍ୟକ: କୋହଲି, ଇଂଲଣ୍ଡ ଗସ୍ତରେ ଗଲା ଭାରତୀୟ କ୍ରିକେଟ୍‌ ଦଳ

-ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ୩ ମ୍ୟାଚ୍‌ ବିଶିଷ୍ଟ ହେଉ: ଶାସ୍ତ୍ରୀ

-ଗୁଇନ୍ଦା ଓ ସୁରକ୍ଷା ଅଧିକାରୀଙ୍କ ପାଇଁ ସରକାର ଚାକିରି ନିୟମାବଳୀରେ ସଂଶୋଧନ କରିଛନ୍ତି। ସଂଶୋଧନ ନିୟମ ଅନୁଯାୟୀ ସରକାରଙ୍କ ବିଭିନ୍ନ ଗୁଇନ୍ଦା ବିଭାଗ କିମ୍ବା ସୁରକ୍ଷା ବାହିନୀରେ କାର୍ଯ୍ୟ କରିଥିବା ଅଧିକାରୀମାନେ କୌଣସି ତଥ୍ୟ କରିପାରିବେ ନାହିଁ ସର୍ବସାଧାରଣରେ ପ୍ରକାଶ

-ଆସାମର ହୋଜାଇରେ ଡାକ୍ତରଙ୍କୁ ବର୍ବର ଆକ୍ରମଣ: ୨୪ ଗିରଫ

-ଟିକା ମହଜୁଦ ନଥାଇ ଅଧିକରୁ ଅଧିକ ଟିକା କେନ୍ଦ୍ର ଖୋଲିବା ଭଳି ନିଷ୍ପତ୍ତି ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଚାରପତି ରେଖା ପାଲି କହିଛନ୍ତି ଯେ ଦିଲ୍ଲୀ ସରକାର ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ପାନ ଟିକା ଯୋଗାଇବା ନିଶ୍ଚିତ କରିବା ଦରକାର

 

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories