www.samajalive.in
Sunday, December 14, 2025
26.1 C
Bhubaneswar

ଆଜିର ଦିନରେ ବିବାହ କରିଥିଲେ ଅମିତାଭ-ଜୟା

ମୁମ୍ବଇ: ଆଜି ଅର୍ଥାତ ଜୁନ୍‍ ୩ ତାରିଖରେ ବଲିଉଡ ସୁପରଷ୍ଟାର ଅମିତାଭ ବଚନ ଜୟା ଭାଦୁଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ସେମାନେ ୪୮ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ଅମିତାଭ ତାଙ୍କର ବିବାହ ସମୟର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ୧୯୭୪ ଜୁନ୍‍ ୩ ତାରିଖରେ ହୋଇଥିବା ସେମାନଙ୍କ ବିବାହ ଉତ୍ସବରେ ଗୋଟିଏ ଫଟୋରେ ଦୁହେଁ ଏକତ୍ର ବସିଥିବା, ଅନ୍ୟଟିରେ ବିବାହ ବେଦୀରେ ଅମିତାଭ ବଚନ ଜୟାଙ୍କ ମଥାରେ ସିନ୍ଦୁର ପିନ୍ଧାଉଥିବା ଫଟୋ ସ୍ଥାନପାଇଛି। ତାଙ୍କର ବିବାହ ବାର୍ଷିକୀ ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ସମସ୍ତଙ୍କୁ ଅମିତାଭ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଅମିତାଭ ଓ ଜୟା ଏକତ୍ର ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୧ରେ ହୃଷିକେଶ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ‘ଗୁଡ୍ଡି’ରେ ଅଭିନୟ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା। ୧୯୭୨ରେ ‘ଏକ ନଜର’ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ସେମାନଙ୍କ ସମ୍ପର୍କ ଅଧିକ ନିବିଡ ହୋଇଥିଲା। ଏହାପରେ ୧୯୭୩ ଜୁନ୍‍ ୩ ତାରିଖରେ ସେମାନେ ବିବାହ କରିଥିଲେ। ବିବାହ ପରେ ନବ ଦମ୍ପତି ଲଣ୍ଡନ ଯାଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories