www.samajalive.in
Saturday, December 6, 2025
26.1 C
Bhubaneswar

ଜନଜାତି ଉନ୍ନୟନ ନିଗମ ପରିଚାଳକ ଅଟକ, ୧୮ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଜନଜାତି ଉନ୍ନୟନ ସେବା ନିଗମ ଲିଃ (ଟିଡିସିସି) ସୁନ୍ଦରଗଡ ଜିଲା ପରିଚାଳକ ଜୟପ୍ରକାଶ ମହାନ୍ତିଙ୍କୁ ରାଉରକେଲା ମଣ୍ଡଳ ଦୁର୍ନୀତି ନିବାରଣ ଅଧିକାରୀ ଅଟକ ରଖିଛନ୍ତି। ତାଙ୍କ ନିକଟରୁ ୧୮ଲକ୍ଷ ୮୦ ହଜାର ୫୦୦ ଟଙ୍କା ଜବତ ହୋଇଛି। ଶ୍ରୀ ମହାନ୍ତିଙ୍କ ବିରୋଧରେ ପୂର୍ବରୁ ବେଆଇନ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାପରଠାରୁ ଦୁର୍ନୀତି ନିବାରଣ ଅଧିକାରୀମାନେ ତାଙ୍କ ଉପରେ ନଜର ରଖିଥିଲେ।

ବୁଧବାର ସକାଳୁ ଶ୍ରୀ ମହାନ୍ତି ଉପରୋକ୍ତ ଟଙ୍କା ଧରି କାର୍ଯ୍ୟାଳୟରେ ଭଡାସୂତ୍ରରେ ଲାଗିଥିବା ଏକ ଘରୋଇ ଗାଡିରେ ସୁନ୍ଦରଗଡରୁ ଝାରସୁଗୁଡା ଅଭିମୁଖେ ଯାଉଥିଲେ। ଦୁର୍ନୀତି ନିବାରଣ ଅଧିକାରୀମାନେ ତାଙ୍କୁ ସୁନ୍ଦରଗଡ ମାସୁନିକାଣି ଟୋଲ ଗେଟରେ ଅଟକାଇ ଗାଡି ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ନିକଟରୁ ୧୮ଲକ୍ଷ ୮୦ ହଜାର ୫୦୦ ଟଙ୍କା ଜବତ ହୋଇଥିଲା। ଏତେଗୁଡିଏ ଟଙ୍କା ସମ୍ପର୍କରେ ଶ୍ରୀ ମହାନ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାଛଡା ଶ୍ରୀ ମହାନ୍ତିଙ୍କ ସୁନ୍ଦରଗଡସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ଧଉଳିଠାରେ ଥିବା ବାସଭବନ ଉପରେ ମଧ୍ୟ ଚଢଉ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶ୍ରୀ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories