www.samajalive.in
Sunday, December 14, 2025
26.1 C
Bhubaneswar

ଦ୍ୱିତୀୟ ସ୍ତ୍ରୀକୁ ହତ୍ୟା କରି ଶିକ୍ଷକ ଗିରଫ

ବ୍ରହ୍ମପୁର: ଦ୍ୱିତୀୟ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ବ୍ରହ୍ମପୁର ବିଏନପୁର ଥାନା ପୁଲିସ ପ୍ରଫୁଲ ଚନ୍ଦ୍ର ପ୍ରଧାନ ନାମକ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଘଟଣା ପ୍ରକାରେ ଜରଡ଼ା ଥାନା ଅନ୍ତର୍ଗତ ଖରଣିପଡ଼ା ଗ୍ରାମର ପ୍ରଫୁଲ ଚନ୍ଦ୍ର ପ୍ରଧାନ ପୂର୍ବରୁ ବିବାହ କରିଥିଲେ ମଧ୍ୟ ୨୦୦୯ରେ ଶୁଭଦ୍ରା ପ୍ରଧାନ ନାମକ ଜଣେ ମହିଳାଙ୍କ ସହ ସଂପର୍କ ଗଢି ଉଠିଥିଲା। ଆଉ ଏହା ପରେ ତାଙ୍କୁ ବିବାହ କରି ବ୍ରହ୍ମପୁର ଖୋଡ଼ାସିଙ୍ଗ ଅଂଚଳ ରାଜୀବ ନଗରରେ ଏକ ଭଡ଼ା ଘରେ ରହୁଥିଲେ । ପେଷାରେ ପ୍ରଫୁଲ ଜଣେ ଶିକ୍ଷକ ଥିଲେ । ତେବେ ସେମାନଙ୍କର ୮ବର୍ଷର ଝିଅ ଥିବା ବେଳେ ଦ୍ୱିତୀୟ ଥର ପାଇଁ ଶୁଭଦ୍ରା ଗର୍ଭବତୀ ହୋଇଥିଲେ । ଆଉ କୌଣସି କାରଣ ଯୋଗୁଁ ଗତ ୫ ତାରିଖ ଦିନ ତାଙ୍କର ଝଗଡ଼ା ହୋଇଥିଲା । ଏହା ପରେ ପ୍ରଫୁଲ ଦ୍ୱିତୀୟ ସ୍ତ୍ରୀ ଶୁଭଦ୍ରାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ନେଉଥିବା ବେଳେ ଚିକିଟି ଫାଣ୍ଡିର ପୁଲିସ ଏଏସ୍ଆଇ ଆମ୍ବୁଲାନ୍ସ ଅଟକାଇ ତନଖି କରିଥିଲେ । ପ୍ରଫୁଲ କଥାବାର୍ତ୍ତାରେ ତାଳମେଳ ନରହିବାରୁ ସେ କେ. ନୂଆଗାଁ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଥାନା ଅଧିକାରୀ ଆମ୍ବୁଲାନ୍ସଟିକୁ ବିଏନପୁର ଥାନାକୁ ପଠାଇ ଦେଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ପୁରା ଘଟଣାର ତଦନ୍ତ ପରେ ପ୍ରଫୁଲ ହିଁ ହତ୍ୟାକାରୀ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଏନେଇ ବ୍ରହ୍ମପୁର ଏସଡ଼ିପିଓ ପ୍ରଭାତ କୁମାର ରାଉତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ପ୍ରଫୁଲଙ୍କୁ ଗିରଫ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଏନପୁର ଥାନା ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories