www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା

ଲଣ୍ଡନ: ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁସଂଖ୍ୟା ଶୂନରେ ପହଞ୍ଚିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୨୭,୭୮୨ରେ ପହଞ୍ଚିଛି। ଖବର ସରବରାହ ସଂସ୍ଥା ଜିନହୁଆ ପକ୍ଷରୁ କୁହାଯାଇଛି, ବ୍ରିଟେନରେ ଆଉ ୩୬୧୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୯୦,୪୩୮ ହୋଇଛି।
ଦେଶର ଟିକାକରଣ ଏବଂ ପ୍ରତିଷେଧକ ଟିକାଦାନ ପାଇଁ ଗଠିତ ମିଳିତ କମିଟିର ପ୍ରଫେସର ଆଦାମ ଫିନ୍‍ କହିଛନ୍ତି, ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଦେଶପ୍ରତି ତଥାପି ବିପଦ ରହିଛି। କାରଣ ବ୍ରିଟେନରେ ଏପର୍ଯ୍ୟନ୍ତ ବହୁସଂଖ୍ୟକ ଲୋକଙ୍କର ଟିକାକରଣ କରାଯାଇନାହିଁ। ସେମାନେ ଏବେ ବିପଜ୍ଜନକ ସ୍ଥିତିରେ ରହିଛନ୍ତି। ତେଣୁ କୋଭିଡ ବିପଦ ଦୂର ହୋଇଯାଇଛି ବୋଲି କହିବା ଠିକ୍‍ ହେବନାହିଁ। ଏକ ସୂତ୍ର ଅନୁଯାୟୀ ବ୍ରିଟେନରେ ଏପର୍ଯ୍ୟନ୍ତ ତିନି ଚତୁର୍ଥାଂଶ ଲୋକଙ୍କୁ କୋଭିଡର ପ୍ରଥମ ପାନ ଟିକା ଦିଆଯାଇଛି। ଇତିମଧ୍ୟରେ ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି ଯେ କରୋନା ଭୂତାଣୁ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ। ତେଣୁ ନୂଆ ଭାରିଆଣ୍ଟ କ୍ଷେତ୍ରରେ ସାଂପ୍ରତିକ ଟିକା କେତେଦୂର ଫଳପ୍ରଦ ହେବ, ତାହା କହିବା କଷ୍ଟକର ହୋଇପଡିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories