www.samajalive.in
Sunday, December 14, 2025
26.1 C
Bhubaneswar

ଛତୁ ଖାଇ ୨ ମୃତ, ୨ ଅସୁସ୍ଥ

ବାରିପଦା: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଇଲାକାର କଇଁଫୁଲିଆ ଗ୍ରାମର ଏକ ପରିବାର ଗତ କାଲି ସନ୍ଧ୍ୟାରେ ହାଟରୁ କିଣାଥିବା ଛତୁକୁ ରାନ୍ଧି  କରି ଖାଇଥିଲେ। ଖାଇଥିବା ଛତୁ ଯୋଗୁଁ ଉକ୍ତ ପରିବାରର ୪ ଜଣ ଯାକ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କ ଚିକିତ୍ସା ପାଇଁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।  ସେମାନଙ୍କ ମଧ୍ୟରୁ ଦାସ ହେମ୍ବ୍ରମଙ୍କ ପତ୍ନୀ ଲକ୍ଷ୍ମୀ ହେମ୍ବ୍ରମ ଓ ସାନଭାଇ ଭୁଦାନ ହେମ୍ବ୍ରମ ଉଭୟଙ୍କର ଗତ ମଧ୍ୟରାତ୍ରିରେ ଗୋଟାଏ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଛି। ଗୁରୁତର ଅସୁସ୍ଥ ଦାସ ହେମ୍ବ୍ରମଙ୍କ ପରିସ୍ଥିତି ସୁଧୁରି ନ ଥିବାରୁ ଏବେ ବି ଚିକିତ୍ସାଧୀନ ରହିଛନ୍ତି। କିନ୍ତୁ ତାଙ୍କର ପୁଅ ସୁସ୍ଥ ହୋଇ ହୋଇ ଯାଇଥିବା ପ୍ରକାଶ। ଏକ ସ୍ୱତନ୍ତ୍ର ଚିକିତ୍ସକ ଦଳ ବାରିପଦାରୁ କଇଁଫୁଲିଆ ଗ୍ରାମକୁ ଯାଇ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରୁଛନ୍ତି। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛଦ ପାଇଁ ପଠାଇଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories