www.samajalive.in
Monday, December 8, 2025
24.1 C
Bhubaneswar

ଗୋଷ୍ଠୀ ଆବାସିକ କେନ୍ଦ୍ରରେ ଟିକାକରଣ, ପଞ୍ଜିକୃତଙ୍କୁ ଅଗ୍ରାଧିକାର

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ଟିକାକରଣ ନୀତିରେ କେତେକ ପରିବର୍ତ୍ତନ କରାଯାଇଛି। ଏଣିକି ଗୋଷ୍ଠୀ ଆବାସିକ କେନ୍ଦ୍ରରେ କିମ୍ବା ବୃହତ ଆପାର୍ଟମେଂଟରେ ଶତାଧିକ ଲୋକଙ୍କୁ ନେଇ ଟିକାକରଣ କରାଯାଇ ପାରିବ। ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସବୁ ଜିଲାପାଳ, ମହାନଗର ଆୟୁକ୍ତ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜାରି କରାଯାଇଛି। ଏଥିରେ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି ଯେ ବରିଷ୍ଠ ନାଗରିକ ଏବଂ ଜଟିଳ ରୋଗାଗ୍ରସ୍ତଙ୍କ ହିତକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଘରକୁ ଘର ବୁଲି ଟିକାକରଣକୁ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ କମିଟି ବିରୋଧ କରିବା ସହିତ ବିଭିନ୍ନ କଲ୍ୟାଣ ସମିତି ଜରିଆରେ ଟିକାକରଣ କରାଯିବାକୁ ଅନୁମୋଦନ ଦେଇଛନ୍ତି। ଏହାକୁ ଆଧାର କରି ତୃଣମୂଳସ୍ତରରେ ଟିକାକରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦେଶନାମା ଦେବାକୁ ଶ୍ରୀ ମହାପାତ୍ର ଜିଲାପାଳ, ମହାନଗର ଆୟୁକ୍ତଙ୍କୁ ପତ୍ରରେ ଦର୍ଶାଇଛନ୍ତି।

ସେହିପରି ଅନ୍ୟ ଏକ ନିର୍ଦେଶନାମାରେ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ‘କୋ-ୱିନ୍‍’ ପୋର୍ଟାଲରେ ପଞ୍ଜୀକରଣ କରି ଟିକା ନେବାପାଇଁ ବୁକିଂ କରିଥିବେ ସେମାନଙ୍କୁ ଟିକାକରଣ ବେଳେ ଅଗ୍ରାଧିକାର ଦିଆଯାଇ ପାରିବ। ତେବେ କେତେକ କ୍ଷେତ୍ରରେ ବୁକିଂ କରିଥିବା ହିତାଧିକାରୀଙ୍କୁ ଟିକାକରଣ ବେଳେ ଉପେକ୍ଷା କରାଯାଉଛି,ଏହା ହେବା କଥା ନୁହେଁ। ନିୟମ ଅନୁଯାୟୀ ଯେଉଁମାନେ ବୁକିଂ କରିଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଅନ୍ୟ ଯେଉଁମାନେ ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିବେ ସେମାନେ ପରେ ନେବେ। ଯାହାଦ୍ୱାରା ନଷ୍ଟ ଟିକାର ସଦୂପଯୋଗ ହୋଇପାରିବ ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories