www.samajalive.in
Saturday, December 6, 2025
26.1 C
Bhubaneswar

 ସଡକ ଦୁର୍ଘଟଣାରେ ଏସ.ପି.ଓ. ଯବାନ ମୃତ

ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ନିକଟସ୍ଥ ରାଂଚି-ବିଜୟୱାଡା ରାଜପଥରେ ଗତକାଲି ରାତିରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଏସ୍.ପି.ଓ. ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲା ଜରପଡା ଥାନାରେ କାର୍ଯ୍ୟରତ ଦେବଗଡ ଥାନା ସାନ ଶିରୋଡିହୀ ଗ୍ରାମର ଭଜମନ ଜାରିକାଙ୍କ ପୁଅ ଘାଶିରାମ ଜାରିକା(୩୦)  ।
ମିଳିଥିବା ସୂଚନା ଅନୁଯାୟୀ ଘାଶିରାମ ଗତକାଲି ରାତିରେ ପ୍ରାୟ ୧୦ଟା ସମୟରେ ଜରପଡାରୁ ଜଣେ ସାଥୀଙ୍କର ବୁଲେଟ ଯୋଗେ ରାଂଚି -ବିଜୟୱାଡା ରାଜପଥଦେଇ ନିଜ ଘରକୁ ଫେରୁଥିଲେ। କୁଶପଙ୍ଗା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ କୌଣସି କାରଣରୁ ଭାରାସାମ୍ୟ ହରାଇ ବାଇକ ସହ ସେ ରାସ୍ତାଉପରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବାସହ ଆଜି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।  ଏକ ମାମଲା  ରୁଜୁକରି ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories