www.samajalive.in
Friday, December 5, 2025
20.1 C
Bhubaneswar

ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରୁ ଚାଲିଚାଲି ଘରକୁ ଫେରୁଥିବା ମହିଳାଙ୍କୁ ଦୁଷ୍କର୍ମ

ଗୁଆହାଟି: କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଭାଗରେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ ସହଯୋଗ ମିଳୁଥିବା ଖବର ଆସୁଥିବାବେଳେ କିଛି ହୀନ ପ୍ରବୃତ୍ତିର ଲୋକଙ୍କ କଳା କାରନାମା ମଧ୍ୟ ପଦାକୁ ଆସୁଛି। ଏହିଭଳି ଏକ ଘଟଣା ନିକଟରେ ଆସାମରେ ଘଟିଛି। ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ କେଶବ ମହନ୍ତ ଘୋଷଣା କରିଥିଲେ ଯେ କୋଭିଡରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ସୁସ୍ଥ ହେବାପରେ ସେ ଘରକୁ ଫେରିବା ପାଇଁ ତାଙ୍କୁ ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦିଆଯିବ। ତେବେ ମନ୍ତ୍ରୀଙ୍କ ଘୋଷଣା କେବଳ ସେତିକିରେ ସୀମିତ ରହିଯାଇଛି। ହସପିଟାଲରୁ ଜଣେ ମହିଳା ଆମ୍ବୁଲାନ୍ସ ନପାଇ ଚାଲିଚାଲି ଘରକୁ ଫେରିବା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି।

ଜଣାଯାଇଛି ଯେ ମହିଳା ଜଣକ ଚା’ ବଗିଚାରେ କାମ କରୁଥିବା ଜନଜାତି ସଂପ୍ରଦାୟର। ମଇ ୨୭ ତାରିଖରେ ଘଟଣା ଘଟିଥିବାବେଳେ ତାହାର ଦୁଇଦିନ ପରେ ପୁଲିସରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି। ମହିଳାଙ୍କ ପରିବାର କିଛି ସଦସ୍ୟ କିଛିଦିନ ପୂର୍ବରୁ କୋଭିଡ ସଂକ୍ରମିତ ହୋଇଥିଲେ। ଏହାପରେ ସେମାନେ ଏକ ସପ୍ତାହ ପାଇଁ ଏକାନ୍ତ ବାସରେ ରହିଥିଲେ। ପରେ ଉକ୍ତ ମହିଳା ତାଙ୍କ ଝିଅ ସହିତ କୋଭିଡ ହସପିଟାଲକୁ ଯାଇଥିଲେ। ସେଠାରେ ରହିବା ପରେ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା। ନମୁନାରୁ ସେମାନେ କୋଭିଡ ସଂକ୍ରମିତ ହୋଇନଥିବା ଜଣାପଡିଥିଲା। ହସପିଟାଲରୁ ସେମାନଙ୍କ ଘର୨୫ କିଲୋମିଟର ହୋଇଥିବା ଏବଂ ତାଲାବନ୍ଦ ଲାଗୁହୋଇଥିବାରୁ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା। ସେଥିପାଇଁ ସେମାନେ ଘରକୁ ଫେରିବାକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନଙ୍କ କଥା କେହି ଶୁଣିନଥିଲେ। ଅପରାହ୍ନ ପ୍ରାୟ ୨.୩୦ରେ ସେମାନେ ଚାଲିଚାଲି ଫେରୁଥିବାବେଳେ ବାଟରେ ଦୁଇଜଣ ଲୋକ ସେମାନଙ୍କ ପିଛା କରିଥିଳେ। ଭୟରେ ମା’ ଝିଅ ଦଉଡିଥିଲେ। କିନ୍ତୁ ସେହି ଦୁଇଜଣ ମହିଳା ଜଣକୁ କାବୁ କରିନେଇଥିବାବେଳେ ଝିଅ ଆସି ଗାଁ ଲୋକଙ୍କୁ ସବୁକଥା ଜଣାଇଥିା। ମହିଳାଙ୍କୁ ଦୁଇଘଣ୍ଟା ପରେ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ଘଟଣା ଘଟିବାର ଦୁଇଦିନ ପରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପୁଲିସରେ ଅଭିଯୋଗ କରାଯାଇଛି। ପୁଲିସ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories