www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟରେ କରୋନା ସଂକ୍ରମଣ ହାର କମୁଛି

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମେ’ ୨୨ରେ ସର୍ବାଧିକ ୧୨,୮୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ କୋଭିଡ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି। ଧୀରେ ଧୀରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି। ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଆଜି ରାଜ୍ୟରେ ୯୫୪୧ କରୋନା ଚିହ୍ନଟ ହୋଇଛନ୍ତି। ମେ’ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍‌ ବୋଲି ଧରିବାକୁ ହେବ। ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ବସ୍ତିକର। ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜିଲାରେ ସଂକ୍ରମଣ କମୁଛି। ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି। ଏଥିପାଇଁ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସୀମା ସିଲ କରାଯାଇଛି। ଆମ ରାଜ୍ୟର ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼ ଆଦି ୯ଟି ଜିଲାରେ ସଂକ୍ରମଣ ରାଜ୍ୟର ୬୦%। ରାଜ୍ୟରେ ପଜିଟିଭି କମି ଆଜି ପର୍ଯ୍ୟନ୍ତ ୧୪%ରେ ପହଞ୍ଚିଛି। ୧୯ଟି ଜିଲାରେ ପଜିଟିଭିଟି ହାର କମୁଛି, ୫ ଜିଲାରେ ୫% ତଳେ ରହିଛି। ଆଗକୁ ପଜିଟିଭିଟି ହାର ଆହୁରି କମିବା ନେଇ ଆମେ ଆଶା କରୁଛୁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

- Advertisement -

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ଯେ କ୍ରିଟିକାଲ ରୋଗୀ ସଂଖ୍ୟା ପହଞ୍ଚି ଆଜି ୭୨%ରେ ପହଞ୍ଚିଛି। ଅକ୍ସିଜେନ ଯୋଗାଣରେ ଆମ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୧୮ଟି ରାଜ୍ୟକୁ ଆମେ ୨୫ହଜାର ଟନ ଅକ୍ସିଜେନ ଯୋଗାଇ ସାରିଲୁଣି। ଏଥିପାଇଁ ଆମେ ଗର୍ବିତ। ୨ ସପ୍ତାହ ତଳେ ବିଶ୍ବର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪% ଆମ ଦେଶରେ ଥିଲେ। ବର୍ତ୍ତମାନ ବିଶ୍ବର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟା ୩୪%। ମେ’ ୬ରେ ୪.୧୪ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ଆମେ ପିକ୍ ଭାବେ ଧରି ନେଇଛୁ। ଗତ ସେପ୍ଟେମ୍ବର ୧୬ରେ ସର୍ବାଧିକ ୯୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ୧୬ ସେପ୍ଟେମ୍ବର ବେଳକୁ ସେତେବେଳ ପିକ୍‌ ଧରାଯାଇଥିଲା। ପ୍ରଥମ ପିକ୍‌ ତୁଳନାରେ ଦ୍ବିତୀୟ ପିକ୍‌ ୪ଗୁଣା ଅଧିକ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories