www.samajalive.in
Monday, December 8, 2025
24.1 C
Bhubaneswar

କରୋନାରେ ମଞ୍ଚ କଳାକାରଙ୍କ ପରଲୋକ

ବେଗୁନିଆ: କରୋନାର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ କାୟା ବିସ୍ତାର କରିଥିବାବେଳେ ବେଗୁନିଆ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । କଣ୍ଟାବାଡ଼ ପଂଚାୟତ ଅଧିନସ୍ଥ ତଣ୍ଡାଳ ଗ୍ରାମର ଯୁବ ମଞ୍ଚ କଳାକାର ଆଲୋକ କୁମାର ନାୟକ(୪୬)ଙ୍କର କରୋନାରେ ପରଲୋକ ଘଟିଛି।

୮ ଦିନ ହେବ ଆଲୋକ ଜ୍ବରରେ ପୀଡିତ ରହି ଚିକିତ୍ସିତ ହେଉଥିଲେ । ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କଣ୍ଟାବାଡ଼ରେ ଆଣ୍ଟିଜେନ ପରୀକ୍ଷା କରିବାରୁ ତାଙ୍କର ପଜିଟିଭ ଥିବା ଜଣାପଡିଥିଲା । ତାପରେ ସେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଶନିବାର ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକମାନେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ତାଙ୍କ ଗ୍ରାମ ତଥା ଆଖ ପାଖ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । କରୋନାରେ ସେ ମୃତ୍ୟୁବରଣ କରିଥିବା ବେଳେ ସରକାରୀ ସ୍ତରରେ ସେ କରୋନାରେ ମୃତ୍ୟୁବରଣ କରିଥିବାର କୌଣସି ତଥ୍ୟ ନଥିବା ଜଣାପଡିଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories